ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା

0
203

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇଛି। ଏବେ ଏକନାଥ ସିନ୍ଦେ ସେନା ଏବଂ ବିଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଏହାର ପ୍ରଭାବ ଏବେ ବିରୋଧୀ ଦଳର ରଣନୀତି ଉପରେ ପଡୁଥିବା ଜଣାପଡିଛି। ଏକନାଥ ଏବଂ ବିଜେପି ସରକାର ଗଢିବା ପରେ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାରରୁ ବାଦ୍ ପଡିଛି ।

ଏବେ ସାରା ଦେଶରେ କଂଗ୍ରେସ ବହୁତ କମ୍ ରାଜ୍ୟରେ ସରକାରରେ ରହିଛି । ଯାହା ବିରୋଧୀଙ୍କୁ ରଣନୈତିକ ଦୃଷ୍ଟିରୁ ଦୁର୍ବଳ କରିଛି। ମହାରାଷ୍ଟ୍ରରେ ବିଜେପିକୁ ଦୂରେଇ ରଖିବା ପାଇଁ କଂଗ୍ରେସ ଶିବସେନା ଓ ଏନସିପି ସହ ମେଣ୍ଟ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସଦ୍ୟତମ ପରିବର୍ତ୍ତନ ପରେ ଏହାର ଉଦ୍ୟମକୁ ବଡ଼ ଝଟକା ଲାଗିଛି ବୋଲି କହିଲେ ଭୁଲ୍ ହେବ ନାହିଁ।

Also Read  ମାଲିକଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ି ପାଖକୁ ପୁଲିସକୁ ବାଟ କଢ଼ାଇଲା କୁକୁର

LEAVE A REPLY

Please enter your comment!
Please enter your name here