ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ରୋମାଞ୍ଚକ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଶିଖର ଧାୱନଙ୍କ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ରନ୍ରେ ଜିତି ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ଶିଖର ଧାୱନ, ଶୁଭମନ ଗିଲ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୩୦୮ ରନ୍ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୬ ୱିକେଟ୍ ହରାଇ ୩୦୫ ରନ୍ କରିଥିଲା। ଏହି ବିଜୟ ସହ ଭାରତ ୧-୦ରେ ସିରିଜ ଅଗ୍ରଣୀ ହାସଲ ରହିଛି।
୩୦୯ ରନ୍ ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ସହ ମ୍ୟାଚକୁ ଶେଷ ବଲ୍ ପର୍ଯ୍ୟନ୍ତ ଟାଣିଥିଲା । ଶେଷ ଦୁଇ ଓଭରରେ ଦଳ ବିଜୟ ପାଇଁ ୨୭ ରନ୍ ଆବଶ୍ୟକ କରୁଥିଲା। ବ୍ୟାଟିଂ କରୁଥିଲେ ଅକୀଲ ହୁସେନ ଓ ରୋମାରିୟ ସେଫର୍ଡ । ୪୯ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ୧୨ ରନ୍ ଦେଇଥିଲେ। ଅନ୍ତିମ ଓଭର ପ୍ରଥମ ବୋଲିଂ କରିଥିଲେ ମହମ୍ମଦ ସିରାଜ । ୬ ବଲରେ ଇଣ୍ଡିଜ ୧୫ ରନ୍ ଆବଶ୍ୟକ କରୁଥ୍ ବାବେଳେ ସିରାଜ ୧୧ ରନ୍ ବ୍ୟୟ କରି ଭାରତକୁ ବିଜୟୀ କରାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ, ସର୍ଦୁଲ ଠାକୁର ଓ ଚହଲ ପ୍ରତ୍ୟେକ ୨ଟି କରି ୱିକେଟ୍ ହାସଲ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ କାଇଲ ମେୟର୍ସ ସର୍ବାଧିକ ୭୫ ରନ୍ କରିଥିବା ବେଳେ ବ୍ରାଣ୍ଡନ କିଙ୍ଗ୍ ୫୪ ଓ ସାମର ବ୍ରୁକ୍ ୪୭ ରନ୍ କରିଥିଲେ।