ଗାଁ ଦାଣ୍ଡରେ ଶ୍ୱଶୁରକୁ ଟାଙ୍ଗିଆରେ ଅତି ବୀଭତ୍ସ ଭାବେ ହତ୍ୟା କଲା ଜହ୍ଲାଦ ଜ୍ୱାଇଁ

0
148
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

କାମାକ୍ଷାନଗର: ପିଶାଚ ଜ୍ୱାଇଁର ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । କିନ୍ତୁ ଚକ୍ରବ୍ୟୁହରେ ଫସିଗଲା ନିରୀହ ଶ୍ୱଶୁର । ଗାଁ ଦାଣ୍ଡରେ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଜ୍ୱାଇଁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପର୍ଶୁରାମ ବାରିକ । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଜ୍ୱାଇଁ ରମଣ ବେହେରା ।

ଅଭିଯୋଗ ଅନୁଯାୟୀ, ଗତ ୧୦ ବର୍ଷ ତଳେ ରମଣ ବେହେରା ପର୍ଶୁରାମ ବେହେରାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ । ପର୍ଶୁରାମ ଜ୍ୱାଇଁକୁ ଯୌତୁକ ବାବଦକୁ ୩୦ ହଜାର ଦେଇଥିଲେ । ବିବାହ ପରଠୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଗତକାଲି ସ୍ତ୍ରୀକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲା ରମଣ ।

ଏସବୁ ସୁରାକ ପାଇଁ ବାପା ଘର ଲୋକଙ୍କୁ ଖବର ଦେଇଥିଲେ ଝିଅ । ଯାହାକୁ ନେଇ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଶ୍ୱଶୂରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଜ୍ୱାଇଁ । ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

Also Read  ଝାରପଡ଼ା ଜେଲକୁ ମିଳିପାରେ ‘ଇଟ୍‍ ରାଇଟ୍‍ କ୍ୟାମ୍ପସ୍‍ ମାନ୍ୟତା

LEAVE A REPLY

Please enter your comment!
Please enter your name here