କାଶିପୁରରେ ହଇଜା ଆତଙ୍କ, ଝାଡ଼ାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ

0
488

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ବ୍ୟାପିଥିବା ହଇଜା ଉଗ୍ର ହେବାରେ ଲାଗିଛି। ଡେଙ୍ଗାଗୁଡ଼ା ଗାଁରେ ହଇଜା ନେଲା ଆଉ ଜଣଙ୍କ ଜୀବନ। ଆଜି ଭୋରରୁ ଆଉ ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝୀ (୫୦)। ଅର୍ଜୁନ ମାଝୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ହଇଜାରେ ୮ଜଣ ମୃତ୍ୟୁବରଣ କଲେଣି। ଏବେସୁଦ୍ଧା ୪୮ଜଣ ଚିକିତ୍ସାଧୀନ ଅଛନ୍ତି। ରାସ୍ତାଘାଟ ସଫା କରାଯିବା ସହ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ପ୍ରଶାସନ ପକ୍ଷରୁ ସ୍ୱକନ୍ତ୍ର ଧ୍ୟାନ ଦିଆଯାଉଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କାଶୀପୁର ଅଞ୍ଚଳ ଗସ୍ତ କରି ସ୍ଥିତି ନେଇ ଅନୁଧ୍ୟାନ କରିବେ।

ଗତ ୧୮ ତାରିଖରେ ହଇଜାରେ ଆକ୍ରାନ୍ତ ହୋଇଥିବା ଅର୍ଜୁନ ଚିକିତ୍ସିତ ପରେ ଘରକୁ ଫେରିଥିଲେ। ଏହାପରେ ପୁଣି ଥରେ ତାଙ୍କ ନିକଟରେ ସମାନ ଲକ୍ଷଣ ଦେଖାଯାଇଥିବା ବେଳେ ଆଜି ସକାଳେ ସେ ଆଖି ବୁଜିଛନ୍ତି। ଝାଡ଼ାବାନ୍ତି ଯୋଗୁ ଅର୍ଜୁନଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏ ନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Also Read  Naveen Reveals Reason For Defeat of 2024