ବାରବାଟୀ ଷ୍ଟାଡିୟମରେ ଶତ ପ୍ରତିଶତ ଦର୍ଶକରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ

0
216
India-South Africa Twenty20 match to be played at Barabati Stadium with-a-100-percent-audience

କଟକ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ବାରବାଟୀରେ ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ଶତ ପ୍ରତିଶତ ଦର୍ଶକ । ପୂର୍ଣ୍ଣ ଦର୍ଶକରେ ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଆୟୋଜନ । ଏନେଇ ବିିସିସିଆଇ ପକ୍ଷରୁ ଅନୁମତି ମିଳିଛି । ତେବେ ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାରୁ ଏବେ ଶତ ପ୍ରତିଶତ ଦର୍ଶକ ନେଇ ବିସିସିଆଇ ପକ୍ଷରୁ ଅନୁମତି ମିଳିଛି ।

କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡି ଟି-୨୦ ମ୍ୟାଚ୍‌ ଖେଳାଯାଇ ପାରିନଥିଲା। ଏହା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ଆୟୋଜନସ୍ଥଳ ଘୋଷଣା କରିଛି। ଏଥିରୁ ଗୋଟିଏ ମ୍ୟାଚ୍ କଟକର ବାରବାଟୀରେ ଖେଳାଯିବ। ତେବେ ଆଜି ମ୍ୟାଚ୍‌ ଆୟୋଜନର ତାରିଖ ଘୋଷଣା କରାଯାଇଛି।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଆଇପିଏଲ ୨୦୨୨ ପରେ ଜୁନରେ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ର ଟି-୨୦ ସିରିଜ୍ ପାଞ୍ଚଟି ସ୍ଥାନରେ ଖେଳାଯିବ। ଟି-୨୦ ସିରିଜ୍ କଟକ, ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଏବଂ ଚେନ୍ନାଇରେ ଖେଳାଯିବ।

Also Read  ଦୁଇ ଘଣ୍ଟା ପରେ କୂଅରୁ ଜୀବିତ ଉଦ୍ଧାର ହେଲେ ବୃଦ୍ଧ: ଉଦ୍ଧାର କଲା ଅଗ୍ନିଶମ ବାହିନୀ.

LEAVE A REPLY

Please enter your comment!
Please enter your name here