ଶ୍ରୀନଗର: ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରର ତୁଲାଇଲ୍ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛି ସର୍ଚ୍ଚ ଅପରେସନ ଟିମ । ପାଇଲଟ ଓ କୋ-ପାଇଲଟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ଟିମ । ତେବେ କେଉଁ କାରଣରୁ ହେଲିକପ୍ଟର କ୍ରାସ ହୋଇଛି ତା’ର କୌଣସି ସୂଚନା ଏଯାଏଁ ମିଳିନାହିଁ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତ ହେଉଛି ବୋଲି ଜଣାପଡିଛି । ଗୁରେଜର ଏସଡିଏମ କହିଛନ୍ତି ଯେ ଦୁର୍ଘଟଣା ପରେ ବର୍ତ୍ତମାନ ସେହି ସେନା ହେଲିକପ୍ଟର ସହିତ କୌଣସି ସମ୍ପର୍କ ହୋଇପାରି ନାହିଁ।