ଏସିଆ କପ ହକି-୨୦୨୨: ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ପୁରୁଷ ହକି ଦଳ

0
256

ଭାରତୀୟ ପୁରୁଷ ହକି ଦଳ ଏସିଆ କପରେ ବ୍ରୋଞ୍ଜ ପଦକ ହାସଲ କରିଛି । ଇଣ୍ଡୋନେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଦଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ବ୍ରୋଞ୍ଜ ମେଡାଲ ମ୍ୟାଚରେ ଜାପାନକୁ ୧-୦ରେ ହରାଇ ପଦକ ହାସଲ କରିଛ ଦଳ । ତେବେ ଏହି ମୁକାବିଲାରେ ଜାପାନ ଦଳ ୭ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ସୁଦ୍ଧା ଗୋଟିଏ ହେଲେ ମଧ୍ୟ ଗୋଲ ସ୍କୋର କରିପାରିନଥିଲା । ଅନ୍ତିମ ମିନିଟରେ ଭାରତୀୟ ଖେଳାଳୀ ୧୦ ଖେଳାଳୀଙ୍କ ସହ ଖେଳି ମଧ୍ୟ ଜାପାନ ଗୋଲ ସୁଝାଇପାରିନଥିଲା ।

ଏସିଆ କପ୍ ହକିରେ ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍‌ ଆଜିର ମ୍ୟାଚ୍‌ରେ କୌଣସି ପ୍ରକାରର ଭୁଲ କରି ନଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ଦଳ ଦମଦାର ପ୍ରଦର୍ଶନ କରି ପ୍ରଥମ କ୍ୱାର୍ଟର୍‌ରେ ଲିଡ୍ ହାସଲ କରିଥିଲା। ଭାରତ ପକ୍ଷରୁ ଯୁବ ତାରକା ରାଜ କୁମାର ପାଲ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ଏହାପରେ ଜାପାନା ବାରମ୍ବାର ଆଟାକ କରିଥିଲେ ହେଁ କୌଣସି ସଫଳତା ମିଳି ନଥିଲା। ଜାପାନକୁ ପୂରା ମ୍ୟାଚ୍‌ରେ ୭ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଟିଏରେ ବି ସଫଳତା ପାଇ ନଥିଲା। ଏପରି କି ଶେଷ ମିନିଟ୍‌ରେ ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଏହି ସମୟରେ ଜାପାନ ଗୋଲ କରିବାକୁ ଚେଷ୍ଟା କରି ନଥିଲେ ମଧ୍ୟ ସୁଫଳ ମିଳି ନଥିଲା। ଯାହାଦ୍ୱାରା ଭାରତ କାଂସ୍ୟ ଜିତିଛି। ସେହିପରି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି।

Also Read  କରୋନା ଭାଙ୍ଗିଲା ୮ ମାସର ରେକର୍ଡ : ଚିହ୍ନଟ ହେଲେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ