ନିରାଶ କଲା ଭାରତୀୟ ପୁରୁଷ ହକି ଦଳ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ ଠାରୁ ୭-୦ରେ ହାରି ରୌପ୍ୟରେ ସନ୍ତୁଷ୍ଟ

0
556
indian-mens-hockey-team-wins silver medal in cwg22

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ନିରାଶ କରିଛି । ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୭-୦ରେ ଶୋଚନୀୟ ଭାବେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ପ୍ରଥମ ସ୍ବର୍ଣ୍ଣ ଆଶା ପୁଣି ଧୂଳିସାତ୍ ହୋଇଯାଇଛି । ଭାରତ ଏହାପୂର୍ବରୁ ୨୦୧୦ ଏବଂ ୨୦୧୪ ରେ ମଧ୍ୟ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା। ପୁରୁଷ ହକିରେ ଭାରତ ୮ ବର୍ଷ ପରେ ପଦକ ଜିତିଛି । କୌତୁହଳର ବିଷୟ ଯେ, ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ହକି ଫାଇନାଲରେ ଭାରତୀୟ ଦଳ ଗୋଟିଏ ବି ଗୋଲ ସ୍କୋର କରିପାରି ନାହିଁ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ହକି ଟିମ୍ ପୁଣି ଥରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଧିପତ୍ୟ ଜାହିର କରିଛି । ଅଷ୍ଟ୍ରେଲିଆ କ୍ରମାଗତ ସପ୍ତମ ସ୍ୱର୍ଣ୍ଣ ପଦକ ଜିତିଛି । ୧୯୯୮ ପରଠାରୁ କୌଣସି ଦଳ ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଶେଷ ଇଭେଣ୍ଟ ଥିଲା ।

ଭାରତ ଚଳିତ ସଂସ୍କରଣରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି ବ୍ରୋଞ୍ଜ ସହ ମୋଟ ୬୧ ପଦକ ଜିତି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

Also Read  Indian Men’s Hockey Team Defender Jugraj Singh Speaks About His Journey So Far