କାଟସା ଅଧିନରେ କଟକଣା ଲଗାଇବା ମୁର୍ଖାମୀ

0
103

ୱାଶିଂଟନ : ୟୁକ୍ରେନ ଆକ୍ରମଣକୁ ନେଇ ଆମେରିକା ରୁଷ ଉପରେ କଟକଣା ଲଗାଇବା ଜାରି ରଖିଛି। ଏହା ମଧ୍ୟରେ ରୁଷ ସହ ଏସ-୪୦୦ ଚୁକ୍ତି କରିଥିବାରୁ ଭାରତ ଉପରେ କଟକଣା ଲଗାଇବା ପାଇଁ ଦାବି ହେଉଛି। ଆମେରିକା ପ୍ରଶାସନ ଏହା ଉପରେ ବିଚାର କରୁଥିବା କୁହାଯାଉଛି। ତେବେ ଏହାକୁ ଆମେରିକୀୟ ସାଂସଦମାନେ ବିରୋଧ କରୁଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ସମୟରେ ଭାରତ ସହ ଆମେରିକାର ସମ୍ବନ୍ଧ ଦୁର୍ବଳ ହୋଇଛି ବୋଲି ସେମାନେ କହିଛନ୍ତି। ଟେକ୍ସାସ ରାଜ୍ୟର ସିନେଟର ଟେଡ କ୍ରୁଜ ବାଇଡେନ ପ୍ରଶାସନର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ କାଉଣ୍ଟରିଂ ଆମେରିକାସ ଆଡଭରସାରିଜ ଥ୍ରୁ ସ୍ୟାଙ୍କସନ ଆକ୍ଟ (କାଟସା) ଅଧିନରେ ଭାରତ ଉପରେ କଟକଣା ଲଗାଇବା ମୂର୍ଖାମୀ ହେବ। ଗତ ଏକ ସପ୍ତାହ ମଧ୍ୟରେ ବାଇଡେନ ପ୍ରଶାସନରେ ଭାରତ ଏବଂ ଆମେରିକାର ଦ୍ବିପାକ୍ଷିକ ସମ୍ବନ୍ଧ ଖରାପ ହୋଇଛି।

ଭାରତ ଅନେକ କ୍ଷେତ୍ରରେ ଆମେରିକାର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ରହିଛି। ଗତ କିଛି ବର୍ଷ ହେଲା ଭାରତ ଏବଂ ଆମେରିକା ସମ୍ବନ୍ଧ ମଜଭୁତ ହୋଇଥିଲା। କିନ୍ତୁ ବାଇଡେନ ପ୍ରଶାସନ ଏହାକୁ ଦୁର୍ବଳ କରିଚାଲିଛନ୍ତି। ସୂଚନାଯୋଗ୍ୟ ଯେ ଆମେରିକା ୨୦୧୮ରେ କାଟସା ଆଇନ ଲାଗୁ କରିଥିଲା। ଇରାନ, ଉତ୍ତର କୋରିଆ ଏବଂ ରୁଷର ଆକ୍ରମକତାକୁ ସାମ୍‌ନା କରିବା ପାଇଁ ଏହା ଅଣାଯାଇଥିଲା। ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ଉପରେ କଟକଣା ଲଗାଇବା ପାଇଁ ଏହି ଆଇନ ଆମେରିକାକୁ ଅଧିକାର ଦେଉଛି। ରୁଷ ବିଶ୍ବରେ ସର୍ବାଧିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଛି। ଭାରତ ପ୍ରତିବର୍ଷ କିଣୁଥିବା ଅସ୍ତ୍ରଶସ୍ତ୍ରର ୪୯ ପ୍ରତିଶତ ଅଂଶ ରୁଷଠାରୁ ଆଣୁଛି। ୨୦୨୧ ଡିସେମ୍ବର ୭ରେ ରୁଷ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୬ ଲକ୍ଷ ଏକେ-୨୦୩ ରାଇଫଲ ପାଇଁ ଚୁକ୍ତି କରିଥିଲେ। ଏବେ ଏହି ଚୁକ୍ତି ପଡିରହିଛି। ଏହା ବ୍ୟତୀତ ଏସ-୪୦୦ ମିସାଇଲ ସିଷ୍ଟମ ଭାରତ ଆସିବା ବାକି ରହିଛି। ଏପରି ସ୍ଥିତିରେ ଆମେରିକା କଟକଣା ଲଗାଇଲେ ଏହି ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ ପ୍ରଭାବ ପଡିପାରେ।

Also Read  ଦୃଶ୍ୟମାନ ହେଲା ବାତ୍ୟା 'ଅସାନି'ର ଆଖି; ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କି.ମି ଦୂରରେ ବାତ୍ୟା

LEAVE A REPLY

Please enter your comment!
Please enter your name here