ଜଳେଶ୍ୱର ବିଡିଓଙ୍କ ସମ୍ପତି ଦେଖି ଭିଜିଲାନ୍ସ ଜଳକା; କୋଟିଏ ୨୨ ଲକ୍ଷ ଟଙ୍କାର ଘର ସହ ଅଶ୍ୱିନୀ ଦାସଙ୍କ ନାଁରେ ରହିଛି ୨୪ଟି ପ୍ଲଟ୍

0
185
Jaleswar BDO arrested

ଜଳେଶ୍ୱର: ଭିଜିଲାନ୍ସ ପଞ୍ଝାରେ ବିଡିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌ । କଟକ ବୟାଳିଶ ମୌଜା ଶ୍ରୀକ୍ରିଷ୍ଣା ବିହାରର ୨ ମହଲା ଘରେ ଯାଞ୍ଚ ଚାଲିଛି । ଏହାସହ କଳପଡାରେ ୩ ମହଲା ଘରେ ମଧ୍ୟ ରେଡ୍‌ କରୁଛି ଟିମ୍‌ । ସେହିପରି ଜଳେଶ୍ୱରରେ ବିଡିଓଙ୍କ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟରରେ ଚାଲିଛି ତଦନ୍ତ ।

ଜଳେଶ୍ୱର ବିଡିଓଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ । ବିଡିଓ ଅଶ୍ୱିନୀ ଦାସଙ୍କ ନାଁରେ ରହିଛି ୨୪ଟି ପ୍ଲଟ୍ । ଗୋଟିଏ ତିନି ମହଲା କୋଠାର ଦାମ ୧ କୋଟି ୨୨ ଲକ୍ଷ ଟଙ୍କା ଥିବା ବେଳେ, ଗୋଟିଏ ଦୁଇ ମହଲା କୋଠାର ଦାମ ରହିଛି ୧ କୋଟି ୧୦ ଲକ୍ଷ ଟଙ୍କା । ଗୋଟିଏ ଇଟା ଫ୍ୟାକ୍ଟ୍ରି ରହିଛି ଅଶ୍ୱିନୀଙ୍କ ନାଁରେ । ସେହିପରି ୪ଟି ଦାମୀ ଚାରିଚକିଆ, ୩ଟି ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ ।

ଏହା ସହ ୧.୭୦ ଲକ୍ଷ ନଗଦ ଟଙ୍କା ସହ ୩୩୦ ଗ୍ରାମ୍ ସୁନା, ୧ କେଜି ୧୦୦ ଗ୍ରାମ ରୁପା କଏନ ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ୫ ଡିଏସପିଙ୍କ ନେତୃତ୍ୱରେ ୯ ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ରେଡରେ ସାମିଲ ହୋଇଥିଲେ । ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ ଅଶ୍ୱିନୀ ।

Also Read  OPCC DC issue show-cause notice to MLAs Sethi, Bahinipati and Majhi

LEAVE A REPLY

Please enter your comment!
Please enter your name here