ବିହାରରେ ଭାଙ୍ଗିଲା ମେଣ୍ଟ ସରକାର ! ଅଲଗା ହେଲେ ବିଜେପି ଓ ଜେଡିୟୁ

0
412
jdu-breaks-off-alliance-with-bjp-sources

ବିହାର: ବିହାର ରାଜ‌ନୈତିକ ସଙ୍କଟ । ଭାଙ୍ଗିଲା ଜେଡିୟୁ ଓ ବିଜେପିର ମେଣ୍ଟ ସରକାର। ବିଧାୟକଙ୍କ ସହ ବୈଠକ ପରେ ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମଙ୍ଗଳବାର ସକାଳୁ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିଲା। କୌଣସି ସମୟରେ ବି ଔପଚାରିକ ରୂପେ ବିଜେପି ଠାରୁ ଜେଡିୟୁ ମେଣ୍ଟ ଭାଙ୍ଗିପାରେ ବୋଲି ଘୋଷଣା ହେବ ବୋଲି କୁହାଯାଉଥିଲା। ଏହାରି ଭିତରେ ବିଜେପି ଓ ଜେଡିୟୁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଛି। ନୀତୀଶ କୁମାର ଏବେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେବେ। ଏହାପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପରାହ୍ନ ୪ଟା ବେଳେ ବିହାରର ରାଜ୍ୟପାଳଙ୍କୁ ସାକ୍ଷାତ କରିବେ ଓ ନୂଆ ସରକାର ଗଠନ କରିବାର ଦାବି କରିବେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ବିଜେପିର ପରମ ଶତ୍ରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ନୀତୀଶ ଫୋନ୍‌ରେ କଥା ହେବା ପରେ ସେ ବିଜେପି ହାତଛାଡ଼ି ପୁଣି କଂଗ୍ରେସ, ଆର୍‌ଜେଡି ଓ ବାମଦଳ ସହ ମେଣ୍ଟ କରିବାର ସମ୍ଭାବନା ଉଜ୍ଜ୍ବଳତର ହୋଇଛି।

Also Read  ଭିଜିଲାନ୍ସ ପଞ୍ଝାରେ ନିମାପଡ଼ା ସବଡିଭିଜନର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ