ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାରର କ୍ୟାବିନେଟ ସମ୍ପ୍ରସାରଣ; ଶପଥ ନେଲେ ୧୮ ମନ୍ତ୍ରୀ

0
430
maharashtra-cabinet-expansion-eknath-shinde-gets-18-new-ministers

ମୁମ୍ବାଇ: ଦୀର୍ଘ ୪୧ ଦିନ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ଆଜି ମହାରାଷ୍ଟ୍ରରେ ସିନ୍ଦେ ସରକାର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି । ମହାରାଷ୍ଟ୍ର ସରକାରର ମନ୍ତ୍ରୀମଣ୍ଡଳରେ ମୋଟ ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବହୁ ମାନସ ମନ୍ଥନ ପରେ ଶପଥ ନେଇଛନ୍ତି ବିଜେପିର ୯ ଓ ସିନ୍ଦେ ଗୋଷ୍ଠୀର ୯ ବିଧାୟକ। ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବସୀ ଓ ଏନସିପି ନେତା ଅଜିତ ପାଓ୍ୱାର ଉପସ୍ଥିତ ଥିଲେ ।

ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧିର ମୁନଙ୍ଗତିବାର, ରାଧା କୃଷ୍ଣ ବିଖେ ପାଟିଲ, ଗିରିଶ ମହାଜନ, ସୁରେଶ ଖାଡେ, ରବିନ୍ଦ୍ର ଚହ୍ୱାଣ, ମଙ୍ଗଲ ପ୍ରଭାତ, ବିଜୟ କୁମାର ଗବିତ ଓ ଅତୁଲ ସାୱେ ଶପଥ ନେଇଛନ୍ତି। ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀରୁ ଦାଦାଜୀ ଦଗଡୁ ଭୁସେ, ଉଦୟ ସାମନ୍ତ, ଗୁଲାବରାଓ ପାଟିଲ, ତାନାଜୀ ସାୱନ୍ତ, ସଞ୍ଜୟ ରାଠୋର ଓ ସନ୍ଦୀପ ଭୁମରେ, ଅବଦୁଲ ସତାର, ଦୀପକ କେସରକର୍‌ ଥ ଶମ୍ଭୁରାଜେ ଦେସାୟୀ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସୂଚନାଯୋଗ୍ୟ, ଶିବସେନାର ବିରୋଧୀ ନେତା ଏକନାଥ ସିନ୍ଦେ ଶିବସେନାର ଅନ୍ୟ ବିଧାୟକଙ୍କ ସହ ମିଶି ଉଦ୍ଧବ ସରକାରର ଭଙ୍ଗ କରିଥିଲେ। ଏହାପରେ ଜୁନ୍‌ ୩୦ରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବିଜେପି ସହ ମିଶି ସେ ମହାରାଷ୍ଟ୍ରରେ ଗଠନ କରିଥିଲେ ସରକାର। ବିଜେପିର ଦେବେନ୍ଦ୍ର ଫଡନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Also Read  India's 4th Omicron Case; 33-Year Man from Maharashtra Tested Positive