ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ରାଜ୍ୟରେ ୬୧ ଓ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ରରେ ଏଥର ପରୀକ୍ଷା ଦେବେ ୫୮ହଜାର ଛାତ୍ରଛାତ୍ରୀ। ସମ୍ପୂର୍ଣ କମ୍ପ୍ୟୁଟର ବେସଡ୍ ମୋଡ଼ରେ ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ କେବଳ ୭ ତାରିଖରେ ଗୋଟିଏ ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ ଟା ରୁ ୧୧ଟା, ୨ୟ ସିଟିଂ ପରୀକ୍ଷା ୧୨ଟା ୩୦ରୁ ୨ଟା ୩୦ ଓ ୩ୟ ସିଟିଂ ପରୀକ୍ଷା ୪ ଟା ରୁ ସନ୍ଧ୍ୟା ୬ ଟା ପଯ୍ୟର୍ନ୍ତ ହେବ । ପ୍ରଥମ ଦିନ ତିନୋଟି ଯାକ ସିଫ୍ଟରେ କେବଳ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି ପରୀକ୍ଷା ଅନୁଷ୍ଠିତ ହେବ ।
୪ରୁ ୮ ତାରିଖ ଯାଏ ଚାଲିବ ପରୀକ୍ଷା। ଅନ୍ୟପଟେ ରାଜ୍ୟରେ କୋଭିଡ ସଂକ୍ରମଣ ବଢି ଚାଲିଥିବାବେଳେ କୋଭିଡ୍ ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜର, ସାମାଜିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଜରୁରୀ କରିଛି ଓଜେଇଇ।