ଜୁନିଅର ମହିଳା ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚରେ ୱେଲ୍ସକୁ ୫-୧ରେ ହରାଇଲା ଭାରତ

0
477
india-win-first-match-against-wales

ପୋଟଫେଷ୍ଟରୁମ୍ : ଭାରତୀୟ ମହିଳା ଦଳ ଏଫ୍ଆଇଏଚ୍ ଜୁନିଅର ବିଶ୍ୱକପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ​​| ସଲିମା ଟେଟେଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଶନିବାର ପୁଲ୍‌ର ଉଦଘାଟନୀ ମ୍ୟାଚରେ ନିମ୍ନ ମାନ୍ୟତା ପ୍ରାପ୍ତ ୱେଲ୍ସକୁ ୫-୧ରେ ପରାସ୍ତ କରିଛି। ଭାରତୀୟ ଦଳ ପାଇଁ ଲାଲେରେମସିଆମି ଚତୁର୍ଥ, ଲାଲରିଣ୍ଡିକି ୩୨ ତମ ଏବଂ ମମତାଜ ଖାନ ୪୧ତମ ମିନିଟରେ ଫିଲ୍ଡ ଗୋଲ୍ ସ୍କୋର କରିଥିଲେ। ୫୭ ତମ ଲାଲରିଣ୍ଡିକି ଏବଂ ୫୮ ମିନିଟରେ ଦୀପିକା ଶେଷ ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତର କରିଥିଲେ | ୨୬ତମ ମିନିଟରେ ୱେଲ୍ସ ପାଇଁ ମିଲି ହୋମ୍ ଏକମାତ୍ର ଗୋଲ୍ ଦେଇଥିଲେ |

Also Read  Prayagraj: 10 Dead After Bus Crashes Into Pilgrims’ Vehicle