ମହଙ୍ଗା ପଡିଲା ଦାନ୍ତ ଅସ୍ତ୍ରୋପଚାର: ବିଗିଡିଗଲା ଅଭିନେତ୍ରୀଙ୍କ ଚେହେରା

0
145
kannada-actress-swathi-sathish-botched-root-canal-surgery-goes-wrong

ନୂଆଦିଲ୍ଲୀ: ଫିଲ୍ମ ଏବଂ ଟିଭି ଷ୍ଟାରମାନଙ୍କ ପାଇଁ ତାଙ୍କ ଚେହେରା ଏବଂ ସୌନ୍ଦର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣନ୍ତି। ବର୍ତ୍ତମାନ ସମୟରେ ଅନେକ କଳାକାର ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ଅସ୍ତ୍ରୋପଚାର କରୁଛନ୍ତି। ମାତ୍ର ବେଳେବେଳେ ଏହି କସମେଟିକ୍ ସର୍ଜରୀ ସାଂଘାତିକ ପ୍ରମାଣିତ ହୋଇଥାଏ। ସେହି ପରି ଜଣେ ଅଭିନେତ୍ରୀଙ୍କୁ ରୁଟ୍ କେନାଲ ସର୍ଜରୀ କରିବା ଭାରି ପଡିଛି। ଭୁଲ ଚିକିତ୍ସା ହେତୁ କନ୍ନଡ ଅଭିନେତ୍ରୀ ସ୍ୱାତୀ ସତୀଶଙ୍କ ଚେହେରା ଖରାପ ହୋଇଯାଇଛି। ସ୍ୱାତୀ ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୁଟ କେନାଲ ସର୍ଜରୀ କରିଥିଲେ । ହେଲେ ଆହୁରି ସୁନ୍ଦର ହେବା ବଦଳରେ ସ୍ୱାଥୀଙ୍କ ମୁହଁ ବିକୃତ ହୋଇ ପଡ଼ିଛି।

ସର୍ଜରୀର ସାଇଟ ଇଫେକ୍ଟ ଯାହା ଚାରିଦିନ ପରେ ଭଲ ହୋଇଯିବ ବୋଲି ଡ଼ାକ୍ତର ପରାମର୍ଶ ଦେଇଥିଲେ । ହେଲେ ପ୍ରାୟ ୨୦ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୁହଁରେ କୈାଣସି ସୁଧାର ଆସି ନାହିଁ । ଅଧିକରୁ ଅଧିକ ବିକୃତି ଦିଶୁଛି କନ୍ନଡ଼ ଅଭିନେତ୍ରୀ ସ୍ୱାତୀ ସତିଶଙ୍କ ମୁହଁ।

ବର୍ତ୍ତମାନ ସ୍ୱାତୀ ସତୀଶଙ୍କ ଖରାପ ଚେହେରାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କର ଚେହେରାର ଅବସ୍ଥା ଏଭଳି ଖରାପ ହୋଇଛି ତାହା ଫଟୋରେ ହିଁ ଜଣାପଡ଼ୁଛି । ରିପୋର୍ଟ ଅନୂଯାୟୀ ତାଙ୍କୁ ଆନାସ୍ଥେସିଆ ବଦଳରେ ଡାକ୍ତର ସେଲିସିକ୍ଲିକ ଏସିଡ୍ ଦେଇଥିଲେ । ଏକ କନ୍ନଡ଼ ନ୍ୟୁଜ୍ ଚ୍ୟାନେଲ୍ ଅନୂଯାୟୀ ସ୍ୱାତି ସତୀଶ କ୍ଲିନିକରେ ମେଡିକାଲ ଅବହେଳା ଯୋଗୁଁ ଏପରି ଘଟିଛି । ସ୍ୱାତୀ କହିଛନ୍ତି ଯେ ଡାକ୍ତର ତାଙ୍କୁ ଭୁଲ ସୂଚନା ଦେଇଥିଲେ ଏବଂ ଏବେ ସେ କ୍ଲିନିକ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ।

Also Read  କାଲିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

LEAVE A REPLY

Please enter your comment!
Please enter your name here