ପୁଣି ଘାରିଲା କରୋନା ଡ଼ର: କଟକ ପୁଲିସର ତିନି କର୍ମଚାରୀ ପଜିଟିଭ୍‌ ଚିହ୍ନଟ୍, ସମସ୍ତେ ନେଇଥିଲେ ବୁଷ୍ଟର୍‌ ଡୋଜ୍‌

0
132

କଟକ : କଟକ ପୁଲିସକୁ ପୁଣି କରୋନା ଡର ଘାରିଛି । ସମ୍ଭାବ୍ୟ ଚତୁର୍ଥ ଲହର ଆରମ୍ଭ ବେଳେ କଟକ ପୁଲିସର କର୍ମଚାରୀମାନେ କରୋନା କବଳରେ ପଡ଼ିବା ଆରମ୍ଭ କରିଛନ୍ତି । ଗତ ସପ୍ତାହ ମଧ୍ୟରେ ତିନି ଜଣ ପୁଲିସ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି, ସମସ୍ତେ ବୁଷ୍ଟର ନେଇଥିଲେ ବି ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ କଟକ ପୁଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଯେଉଁମାନେ ଥଣ୍ଡା ଜ୍ୱରରେ ପଡ଼ୁଛନ୍ତି ସେମାନେ ତୁରନ୍ତ ପରୀକ୍ଷା କରିବାକୁ କୁହାଯାଇଥିଲା ।

ଏପରିକି ବିନା ପରୀକ୍ଷାରେ ଅଫିସ ଆସିବାକୁ ବାରଣ କରାଯାଇଥିଲା । ତେଣୁ ଗତ ସପ୍ତାହକରେ ୨୦ରୁ ଅଧିକ ପୁଲିସ କର୍ମଚାରୀ କରୋନା ପରୀକ୍ଷା କରାଇଥିଲେ । ସେଥିରୁ ଦୁଇ ଥାନାର ଦୁଇ ଜଣ କର୍ମଚାରୀ ଓ ରିଜର୍ଭ ଅଫିସର ଜଣେ କନ୍‌ଷ୍ଟେବଳ ପଜିଟିଭ୍‌ ଚିହ୍ନଟ ହେବା ପରେ ପୁଲିସର ଚିନ୍ତା ବଢ଼ିଛି । ପଜିଟିଭ୍‌ କର୍ମଚାରୀ ଏବେ ଚିକିତ୍ସିତ ହେଉଛନ୍ତି । ଏହି କର୍ମଚାରୀମାନେ ପୂର୍ବରୁ ମଧ୍ୟ ଥାନାକୁ ଆସୁଥିଲେ । ଯଦିଓ ଥାନାରେ କେହି ଲକ୍ଷଣଯୁକ୍ତ ନାହାନ୍ତି ତଥାପି ସତର୍କ ରହିବାକୁ ସମସ୍ତଙ୍କୁ କୁହାଯାଇଛି । ଅନ୍ୟପଟେ ପୁଲିସ କର୍ମଚାରୀଙ୍କୁ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ସଂକ୍ରମଣ ଅଧିକ ବଢ଼େ ତାହାଲେ ସ୍ୱତନ୍ତ୍ର କ୍ୟାମ୍ପ କରି ଟେଷ୍ଟିଂ କରିବାକୁ କୁହାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି, କଟକ ପୁଲିସର ଶତପ୍ରତିଶତ କର୍ମଚାରୀ କରୋନା ଟିକା ନେଇଛନ୍ତି । ଦୁଇ ଦୁଇଟି ଟିକା ନେବା ପରେ ସରକାର ତୃତୀୟ ଡୋଜ୍‌ ନେବା ପାଇଁ ଘୋଷଣା କରିଥିଲେ । ଏହି ଅନୁସାରେ କୋଭିଡ୍‌ ଯୋଦ୍ଧା ଭାବେ କଟକ ପୁଲିସର ସମସ୍ତ କର୍ମଚାରୀ ବୁଷ୍ଟର ଡୋଜ୍‌ ଗଲା କିଛି ମାସ ହେବ ନେଇସାରିଛନ୍ତି । ତଥାପି ଏହି ପୁଲିସ କର୍ମଚାରୀ କରୋନା ପଜିଟିଭ୍‌ ବାହାରିବା ଚିନ୍ତାଜନକ । ଟିକା ନେବା ପରେ ବି କରୋନା ସଂକ୍ରମିତ ହେଉଥିବାରୁ କରୋନା କଟକଣା ମାନିବାକୁ ସବୁ ପୁଲିସ କର୍ମଚାରୀଙ୍କୁ ଡିସିପିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Also Read  ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

LEAVE A REPLY

Please enter your comment!
Please enter your name here