ମାଳଦ୍ବୀପରେ କାଟ୍ରିନାଙ୍କ ଜନ୍ମଦିନ

0
258

କିଛି ଦିନ ହେଲା ଚର୍ଚ୍ଚାରେ ରହି ଆସିଥିବା ଅଭିନେତା ଭିକି କୌଶଲ ସୋସିଆଲ ମିଡିଆରେ ପତ୍ନୀ କାଟ୍ରିନାଙ୍କ ସହ ନିଜର ଫଟୋ ସେୟାର କରିଛନ୍ତି। ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ଏହି ଦମ୍ପତି ମାଳଦ୍ୱୀପକୁ ଭ୍ରମଣରେ ଯାଇଥିବା‌ବେଳେ କାଟ୍ରିନାଙ୍କ ୩୯ତମ ଜନ୍ମଦିନ ପାଳନ କରିଛନ୍ତି। ଫଟୋରେ କାଟ୍ରିନା ଏବଂ ଭିକି ଏକ ଡଙ୍ଗାରେ ବସି ପରସ୍ପର ହସ ବାଣ୍ଟିଛନ୍ତି। କାଟ୍ରିନା ଏକ ଧଳା ପୋଷାକ ପିନ୍ଧିଥିବାବେଳେ ତାକୁ ମ୍ୟାଚିଂ କଲାଭଳି ଭିକି ଏକ ଧଳା ସାର୍ଟ ବାଛିଥିଲେ।

କେଉଁଠାରେ ସେମାନେ ଏହି ଫଟୋ ସୁଟ୍‌ କରିଛନ୍ତି ତାହା ଗୋପନ ରଖି ଭିକି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସମୁଦ୍ର କୂଳରେ କ୍ଲିକ୍ ହୋଇଥିବା କାଟ୍ରିନାଙ୍କ ଏକ ଫଟୋ ସେୟାର କରିଥିଲେ। ଏଥିରେ ଲେଖାଥିଲା, ‘ବାର ବାର ଦିନ୍‌ ୟେ ଆଏ … ବାର ବାର ଦିଲ ୟେ ଗାଏ (ଏହି ଦିନ ବାରମ୍ବାର ଆସୁ ଏବଂ ମୁଁ ଏହି ଗୀତ ପୁଣି ଗାଇବି) ଜନ୍ମଦିନର ଶୁଭେଚ୍ଛା ମୋର ଲଭ୍‌ !!! ’ ସୋସିଆଲ ମିଡ଼ିଆରେ କାଟ୍ରିନାଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ ଦୁହିଁଙ୍କୁ ଥଟ୍ଟା ମଧ୍ୟ କରିଛନ୍ତି।

Also Read  ଦୁର୍ନୀତି ଭାରତକୁ ଉଇ ଖାଇଲା ଭଳି ଖାଇଯାଉଛି; ପରିବାରବାଦ ବଡ଼ ଚାଲେଞ୍ଜ୍‌: ପ୍ରଧାନମନ୍ତ୍ରୀ ମୋଦୀ

LEAVE A REPLY

Please enter your comment!
Please enter your name here