ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର : ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ନେଉଥିଲେ ୧୧ ହଜାର ଲାଞ୍ଚ

0
195

ଢେଙ୍କାନାଳ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ସହ ଲାଞ୍ଚୁଆ ଡାକ୍ତରଙ୍କୁ ଏକ ଘରୋଇ କ୍ଲିନିକରୁ କାବୁ କରିଛି ଭିଜିଲାନ୍ସ । ସେ ଲାଞ୍ଚ ନେଇଥିବା ରାସାୟନିକ ବୋଳା ୧ ୧ହଜାର ଟଙ୍କା ତାଙ୍କଠାରୁ ଭିଜିଲାନ୍ସ ଜବତ କରିଛି । ଏହି କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ ଇକୋ ସ୍ପୋର୍ଟ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଆଜି ଅପରାହ୍‌ଣ ସମୟରେ ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ଉମାକାନ୍ତ ଖେଜୁରିଆ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଡାକ୍ତରଖାନା ସମ୍ମୁଖରେ ଏକ କ୍ଲିନିକରେ ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଧରିଥିଲେ।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଉମାକାନ୍ତ ଖେଜୁରିଆ ଜଣେ ଏଲାଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ଠାରୁ ଆଜି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ତାଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଧରିଥିଲେ। ନନ୍ଦିନୀ ନାୟକ ନାମକ ଏଲ୍‌ଆଇସି ପଲିସିଧାରୀଙ୍କ ମୃତ୍ୟୁ ପରେ ତାଙ୍କର ୮ ବର୍ଷୀୟ ଝିଅ ନମିତା ନାୟକଙ୍କୁ ନୋମିନି ଭାବେ ଉପସ୍ଥାପିତ କରିବା ପାଇଁ ଏକ ଡେଥକ୍ଲେମ ବାବଦକୁ ତାଙ୍କ ଏଜେଣ୍ଟ ବୈକୁଣ୍ଠଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ସଂପୃକ୍ତ ପଲିସିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ଡାକ୍ତର ପୂର୍ବରୁ ୧୧ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବୈକୁଣ୍ଠ ଚରଣ ସାହୁ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଆଜି ଶ୍ରୀ ସାହୁଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଡାକ୍ତର ଶ୍ରୀ ଖେଜୁରିଆ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Also Read  ୟୁକ୍ରେନ୍‌ରେ ଅନ୍ୟୂନ ୭୦୦୦ ରୁଷୀୟ ସୈନିକ ନିହତ ଓ ୧୪,୦୦୦ରୁ ଅଧିକ ଆହତ ହୋଇଛନ୍ତି: ଆମେରିକା

LEAVE A REPLY

Please enter your comment!
Please enter your name here