‘ବାହୁବଳୀ-୨’ର ରେକର୍ଡ ଭଙ୍ଗ କଲା ‘କେଜିଏଫ୍‌-୨’; ୫ମ ଦିନରେ ବେପାର ୨୦୦ କୋଟି ପାର୍‌

0
322
KGF CHAPTER 2 release date

ମୁମ୍ବାଇ: କନ୍ନଡ଼ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌୨’ ବକ୍ସ ଅଫିସ୍‌ରେ ହଲ୍ଲା ମଚାଇଛି। ରିଲିଜ୍‌ ହେବା ମାତ୍ରେ ହିଁ ଫିଲ୍ମଟି ବଡ଼ ବଡ଼ ବଲିଉଡ୍‌ ଓ ତେଲୁଗୁ ଚଳଚ୍ଚିତ୍ରକୁ ପଛରେ ପକାଇଛି। ‘କେଜିଏଫ୍‌୨’ ଏବେ ସୁଦ୍ଧା ବିଶ୍ବ ସ୍ତରରେ ୫୫୦ କୋଟିର ବେପାର ପାର୍‌ କରି ସାରିଲାଣି। ପ୍ରଶାନ୍ତ ନିଲ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛି। ଏପଟେ ‘କେଜିଏଫ୍‌୨’ ପାଇଁ ମାଡ଼ ଖାଇଯାଇଛି ତାମିଲ୍‌ ଚଳଚ୍ଚିତ୍ର ‘ବିଷ୍ଟ୍‌’। ପ୍ରେକ୍ଷା‌ଳୟରେ ଦର୍ଶକ ସଂଖ୍ୟା ଏକଦମ୍‌ କମ୍‌ ରହୁଥିବାରୁ ଏହି ସା’କୁ କ୍ୟାନ୍‌ସଲ୍‌ କରାଯିବ ବୋଲି ବିଭିନ୍ନ ଥିଏଟର ପକ୍ଷରୁ ଜାଣିବାକୁ ମିଳିଛି।

ୟଶଙ୍କ ଏହି ଫିଲ୍ମଟି ପ୍ରଥମ ଦିନରେ ୫୩.୯୫ ‌କୋଟିର ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୪୬.୭୯ କୋଟିର ବେପାର କରିଥିଲା। ପଞ୍ଚମ ଦିନରେ ଏହା ୨୦୦ କୋଟିର ବେପାର କରିସାରିଛି। ଏହି ଚଳଚ୍ଚିତ୍ରଟି ‘ବାହୁବଳୀ୨’ର ରେକର୍ଡ ଭଙ୍ଗ କରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ବାହୁବଳୀ୨’ ଷଷ୍ଠ ଦିନରେ ୨୦୦ କୋଟିର ବେପାର କରିଥିଲା। ଏହି ଚଳଚ୍ଚିତ୍ରରେ ୟଶ୍‌ଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ୍‌ ବି ନଜର ଆସିଛନ୍ତି।

Also Read  ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ