ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ

0
696
debasnana-purnima-of lord jagannath tomorrow

ପୁରୀ : ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଓ ବେଶ ପରେ ଦୁଇ ଘଣ୍ଟା ମଣ୍ଡପ ଉପରକୁ ଯାଇ ଭକ୍ତ କରିପାରିବେ ଦର୍ଶନ। ତେବେ ସ୍ନାନ ବେଦିରେ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ । ଦଇତାପତି ନିଯୋଗ ସହ ଆଲୋଚନା ପରେ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି।

ଆଜି ଶ୍ରୀକ୍ଷେତ୍ର ଭଉଁରୀ, ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ବସିଥିଲା। ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ, ଦଇତାପତି ନିଯୋଗ ସଭାପତି, ସମ୍ପାଦକଙ୍କୁ ନେଇ ଏହି ବୈଠକ କରାଯାଇଥିଲା। ସ୍ନାନପୂର୍ଣ୍ଣିମା, ରଥଯାତ୍ରା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

Also Read  ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ, ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ହେବ ସାମିଲ