ଖୁବ୍ କମ୍ ସମୟରେ ୧୦୦ କୋଟି ଅତିକ୍ରମ କଲା ମହେଶ ବାବୁଙ୍କ ‘ସରକାରୁ ଭାରି ପଟା’, ଟଲିଉଡର ଏହି ଫିଲ୍ମକୁ ପକାଇଲା ପଛରେ

0
522

ନୂଆଦିଲ୍ଲୀ : ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ‘ସରକାରୁ ଭାରି ପଟା’ ସିନେମାଘରେ ଧମାଲ କରୁଛି। ଏହା ବକ୍ସ ଅଫିସରେ ବିଶ୍ୱ ବ୍ୟାପୀ ୧୦୦ କୋଟି ଟଙ୍କା ସଂଗ୍ରହ କରିବାରେ ସବୁଠାରୁ ଦ୍ରୁତ ଫିଲ୍ମ ହୋଇପାରିଛି। ‘ସରକାରୁ ଭାରି ପଟା’ ମାତ୍ର ପାଞ୍ଚ ଦିନ ମଧ୍ୟରେ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ଯାହାଦ୍ୱାରା ଏହା ସବୁଠୁ ଦ୍ରୁତ ୧୦୦ କୋଟି ରୋଜଗାର କରିଥିବା ତେଲୁଗୁ ଫିଲ୍ମ ହୋଇପାରିଛି। ଫିଲ୍ମଟି ପାଞ୍ଚ ଦିନ ମଧ୍ୟରେ ସାରା ବିଶ୍ୱରେ ୧୬୦.୨ କୋଟି ଟଙ୍କା ରୋଜଗାର କରିଛି। ଅନ୍ୟପକ୍ଷରେ, ଅନ୍ୟ ବଡ ଟିକେଟ୍ ଟଲିଉଡ ଫିଲ୍ମ ‘ରାଧେ ଶ୍ୟାମ’ ଏବଂ ‘ଆଚାର୍ଯ୍ୟ’ ଥିଏଟର ରିଲିଜ୍ ପୂର୍ବରୁ ବହୁ ପ୍ରଚାର ସତ୍ତ୍ୱେ ବକ୍ସ ଅଫିସରେ ଖସିପଡିଥିଲା । ଏପ୍ରିଲ୍ ୨୯ ରେ ରିଲିଜ୍ କରିଥିବା ‘ଆଚାର୍ଯ୍ୟ’ ବକ୍ସ ଅଫିସରେ ପ୍ରଥମ ସପ୍ତାହରେ ଲୋକଙ୍କୁ ନିରାଶ କରିଛି।

Also Read  ଦୀର୍ଘ ସମୟ ଧରି ଅଟକି ରହିଛି ତପସ୍ଵିନୀ ଏକ୍ସପ୍ରେସ୍ : ଜଙ୍ଗଲ ମଝିରେ ଯାତ୍ରୀ ହଇରାଣ