ଆନ୍ଧ୍ରପ୍ରଦେଶରେ ଅଘଟଣ, କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୫ ମୃତ

0
244
konark-express-train-runs-over-5-passengers

ବିଶାଖାପଟନମ୍: ଆନ୍ଧ୍ରପ୍ରଦେଶରେ ଅଘଟଣ । କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ, ଜଣେ ଗୁରୁତର । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ବଥୁୱା ନିକଟରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଯାଇଛି । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଲୋକଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଗୁରୁତର ଗଞ୍ଜାମ ଜିଲ୍ଲାର ଜିତୁ ନାୟକ ବିଜୟନଗରମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ଶ୍ରୀକାକୁଲମ ବୁଟଓ୍ୱା ନିକଟରେ ସିକନ୍ଦରାବାଦ-ଗୌହାଟି ଏକ୍ସପ୍ରେସ ଅଟକିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଥିଲା ଏକ୍ସପ୍ରେସ । ଟ୍ରେନ ଅଟକିବା ଯୋଗୁଁ ଗରମ ହେଉଥିବାରୁ ଏହି ଟ୍ରେନର କିଛି ଯାତ୍ରୀ ଟ୍ରେନ ଲାଇନକୁ ଓହ୍ଳାଇ ବସିଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ଏହି ସମୟରେ ଟ୍ରେନ ଲାଇନରେ ବସିଥିବା ଯାତ୍ରୀଙ୍କୁ ଧକ୍କା ଦେଇଥିଲା ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ । ଦ୍ରୁତଗାମୀ ଟ୍ରେନଟି ଟ୍ରାକ ଉପରେ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ଯାହା ଫଳରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

Also Read  Countdown begins for PSLV lift-off with two UK satellites

LEAVE A REPLY

Please enter your comment!
Please enter your name here