ଆଜି ସଂଧ୍ୟାରେ ଥମିବ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର; ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ

0
162
Gujarat Assembly Polls; Voting Underway For 89 Seats
Gujarat Assembly Polls; Voting Underway For 89 Seats

ଝାରସୁଗୁଡ଼ା: ଶେଷ ପର୍ଯ୍ୟାୟରେ ବ୍ରଜରାଜନଗର ପ୍ରଚାର ଲଢ଼େଇ । ଆଜି ସଂଧ୍ୟାରେ ଥମିବ ପ୍ରଚାର। ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ। ଷ୍ଟାର କ୍ୟାମ୍ପେନରଙ୍କ ସହ ବୁଲୁଛନ୍ତି ମାଳମାଳ ନେତା, ହେଭିୱେଟ । କମ୍ପୁଛି ଗାଁଗଣ୍ଡା, ଗଳିକନ୍ଦି ଓ ସହରବଜାର । ହାଇଭୋଲଟେଜ୍‌ କ୍ୟାମ୍ପେନ୍‌ରେ ମାତିଛନ୍ତି ବିଭିନ୍ନ ଦଳର ନେତା, ମନ୍ତ୍ରୀ ଓ ବିଧାୟକ । ଜନସମର୍ଥନ ପାଇଁ ତିନି ପ୍ରମୁଖ ଦଳ ସବୁ ଦଳ ବଳ ଖଟାଇ ଦେଇଛନ୍ତି ।

ମଙ୍ଗଳବାର ଏହି ଆସନ ପାଇଁ ପଡିବ ଭୋଟ । ମୋଟ ୨୭୯ ଟି ବୁଥରେ ମତଦାନ ହେବ । ସେଥିମଧ୍ୟରୁ ୬୦ ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଏହି ସମୟରେ ଆଇନ ଶୃୃଙ୍ଖଳା ବଜାୟ ରଖିବା ପାଇଁ ହଜାରେ ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି ।

ଆଜି ଶେଷଦିନ ଥିବାରୁ ରାଜ୍ୟର ତିନି ପ୍ରମୁଖ ଦଳ ପକ୍ଷରୁ ହେଭିୱେଟ ନେତା ପ୍ରାର୍ଥୀଙ୍କ ସହ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ବିଜୁ ଜନତା ଦଳ ପ୍ରାର୍ଥୀ ଅଳକା ମହାନ୍ତି, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଧାରାଣୀ ପଣ୍ଡା, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ମୋଟ ୧୧ ଜଣ ପ୍ରାର୍ଥୀ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆଜି ସନ୍ଧ୍ୟାରେ ପ୍ରଚାର ସରିବ, ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।

Also Read  ୨୦ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ଜଳ; ମହାନଦୀ ଅବବାହିକାରେ ଥିବା ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି

LEAVE A REPLY

Please enter your comment!
Please enter your name here