ରାଜ୍ୟରେ ବଡ ବନ୍ୟାକୁ ଏଡାଇବାକୁ ପଦକ୍ଷେପ ନିଆଯାଉଛି : ଏସଆରସି

0
419
SRC on flood in odisha

ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା। ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି। ପ୍ରବଳ ବନ୍ୟାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଉଛି। ତେଲ୍ ନଦୀରେ ୫ ଲକ୍ଷ କ୍ୟୁସେକ୍ ଜଳ ଆସୁଥିବାରୁ ହୀରାକୁଦର ୮ଟି ଗେଟ୍ ବନ୍ଦ କରାଯାଇଛି। ମୁଣ୍ଡଳୀ ଦେଇ ୧୧ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରାଇବା ପାଇଁ ଚେଷ୍ଟା କରୁଛୁ। ହୀରାକୁଦରେ ଏବେ ୬୨୧ ପୁଟ ପାଣି ରହିଛି। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳସ୍ତର ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି।

ଏସଆରସି ପୁଣି କହିଛନ୍ତି ଯେ, ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ୭ଟି ବ୍ଲକରେ ସବୁଠୁ ଅଧିକ ୨୦୦ରୁ ଅଧିକ ମି.ମି ବର୍ଷା ରେକର୍ଡ କରାଯାଇଛି । ୧୩୨ଟି ବ୍ଲକରେ ୫୦ ମି.ମିରୁ ଅଧିକ ବର୍ଷା ହୋଇଛି। ହୀରାକୁଦକୁ ବନ୍ୟାଜଳ ପ୍ରବେଶ ବଢିଛି । ଆସନ୍ତାକାଲି ପ୍ରାୟ ୯ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇପାରେ । ତେଲ ନଦୀରେ ପାଖାପାଖି ୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସିପାରେ । ପ୍ରବଳ ବନ୍ୟା ହୋଇପାରେ । ହୀରାକୁଦର ୮ଟି ଗେଟ୍ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ଵାରା ୧ ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ ।

Also Read  କଟକକୁ ଫେରିଲା ମାସ୍କ କଟକଣା, ମାସ୍କ ବ୍ୟବହାର ବାଧ୍ୟତାମୂଳକ କଲା ସିଏମସି