ପ୍ରେମିକ ଦେଲା କାର ଚଳାଇବାକୁ, ପ୍ରେମିକା କିନ୍ତୁ କାର ଚଢାଇ ତିନି ଜଣଙ୍କ ଜୀବନ ନେଇଗଲା

0
342

ବିଳାଶପୁର: ଛତିଶଗଡର ବିଳାଶପୁରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଖୁସି କରାଇବାକୁ ଯାଇ କାର ଚଳାଇବାକୁ ଦେଇଥିଲେ। ପ୍ରେମିକା କିନ୍ତୁ ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେବାରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ପ୍ରେମିକାକୁ ପୋଲିସ ଗିରଫ କରିଛି। ଏହି ଘଟଣା ବିଳାଶପୁରର କୋଟା ରୋଡରେ ଘଟିଛି। ମୁଙ୍ଗେଲି ଅଞ୍ଚଳର ବାସିନ୍ଦା ରବିନ୍ଦ୍ର କୁରେ ନିଜ ପ୍ରେମିକାଙ୍କ ସହ କାରରେ କୌଣସି ସ୍ଥାନକୁ ଯାଉଥିଲେ।

ଏହି ସମୟରେ ରବିନ୍ଦ୍ର ତାଙ୍କ ଗର୍ଲଫ୍ରେଣ୍ଡକୁ କାର ଚଳାଇବାକୁ ଦେଇଥିଲେ। ବିଭିନ୍ନ ମିଡିଆର ରିପୋର୍ଟ ଅନୁଯାୟୀ ଯୁବତୀ ଜଣଙ୍କ ଏହାପରେ କିଛି ଦୂରକୁ ଯାଇ ଗାଡିକୁ ସ୍ପୀଡରେ ଚଳାଇଥିଲା। ଏହି କାରଣରୁ ଆଗରୁ ଆସୁଥିବା ଏକ ବାଇକ କାର ସହ ଧକ୍କା ଦେଇଥିଲା। ଏହି ବାଇକରେ ତିନି ଜଣ ଥିଲେ। ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ମୃତ୍ୟୁ ବରଣ କରିଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକଟି ଅନେକ ମିଟର ଦୂରରେ ଛିଟକି ହୋଇ ପଡିଥିଲା।

ଏହି ଦୁର୍ଘଟଣାରେ ଜଣେ ବାଇକ୍ ଡ୍ରାଇଭର ତୁଲସିରାମ ଯାଦବ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଗୋଡ ଭାଙ୍ଗି ଯାଇଥିଲା। ମୁଣ୍ଡ, କାନ୍ଧ, ପିଠି ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣା ପରେ ଆଖପାଖ ଗ୍ରାମବାସୀ ପ୍ରେମିକ ଏବଂ ପ୍ରେମିକାଙ୍କୁ ଧରିଥିଲେ। ଲୋକମାନେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ପୋଲିସ ଉଭୟଙ୍କୁ ଗିରଫ କରିଥିଲା।

ସ୍ଥାନୀୟ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଦୀନେଶ ଚନ୍ଦ୍ର କହିଛନ୍ତି, ମୁଙ୍ଗେଲି ବାସିନ୍ଦା ରବିନ୍ଦ୍ର କୁରେ ତାଙ୍କ ଗର୍ଲଫ୍ରେଣ୍ଡକୁ କାର ଚଳାଇବାକୁ ଦେଇଥିଲେ। ହେଲେ ଝିଅଟି ସଂପୂର୍ଣ୍ଣ ଭାବେ ଡ୍ରାଇଭିଂ ଜାଣିନଥିଲେ।ରବିନ୍ଦ୍ର ନିଜେ ପାଖ ସିଟରେ ବସିଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ହସି ହସି ହସି କାର୍ ଚଳାଉଥିଲା। ହେଲେ ହଠାତ ଗାଡିର ଏକ୍ସିଲେଟର ଉପରେ ପାଦ ଚାପି ହୋଇଯିବାରୁ ଗାଡିଟି ଦୃତ ଗତିରେ ଗଡିଥିଲା। ପରେ ଆଗ ଆଡୁ ଆସୁଥିବା ବାଇକ ଧକ୍କା ଦେଇଥିଲା। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Also Read  ନିରାଶ କଲା ଭାରତୀୟ ପୁରୁଷ ହକି ଦଳ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ ଠାରୁ ୭-୦ରେ ହାରି ରୌପ୍ୟରେ ସନ୍ତୁଷ୍ଟ