ମାହାଙ୍ଗା କୁସୁପୁର ଗଣହତ୍ୟା: ଘଟଣାସ୍ଥଳରେ ଡେମୋ ଦେଖାଇଲା ହତ୍ୟାକାରୀ ଶିବ

0
183
mahanga-quintuple-murder case accused-shiva-showed-demo in crime spot

କଟକ: କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ୫ ଜଣଙ୍କୁ ଗଣହତ୍ୟା ମାମଲାର ଘଟଣାସ୍ଥଳରେ ଡେମୋ ଦେଖାଇଲା ହତ୍ୟାକାରୀ ଶିବ ସାହୁ। ୫ ଜଣଙ୍କୁ କେମିତି ହାଣିଲା ଡେମୋ ଦେଖାଇଛି ଶିବ। କଡା ସୁରକ୍ଷା ମଧ୍ୟରେ କ୍ରାଇମ ସିନ୍‌ ରିକ୍ରିଏସନ୍‌ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୫ ଜଣଙ୍କୁ କିପରି ହତ୍ୟା କଲା? କେଉଁ ପିରିସ୍ଥିତିରେ ହତ୍ୟା କଲା ? ପୁଲିସ ଆଗରେ ତା’ର ଡେମୋ ଦେଖାଇଛି ଶିବ। ଘଟଣାସ୍ଥଳରେ SDPO ଓ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି। ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେଇ ମାରାଥନ୍‌ ଜେରା ଚଳାଇଛି ମାହାଙ୍ଗା ପୋଲିସ ।

୫ ଜଣଙ୍କ ହାତ, ଗୋଡ଼ର ପ୍ରମୁଖ ଶିରା କାଟି କରାଯାଇଥିଲା ହତ୍ୟା । ପ୍ରତ୍ୟେକ ମୃତ ଦେହରେ ଧାରୁଆ ଅସ୍ତ୍ରରେ ଏକାଧିକ ଥର ହାଣିଥିଲା ହତ୍ୟାକାରୀ । ବେକ ଓ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି । ମୃତଦେହକୁ ଘୋଷାଡି ଘୋଷାଡି ଗୋଟିଏ ଘରେ ପକାଯାଇ ବାହାରୁ ତାଲା ପକାଇ ଦେଇଥିଲା ଅଭିଯୁକ୍ତ ଶିବ । ଏପରିକି ଘରର ମୁଖ୍ୟ ଦ୍ୱାର ବାହାର ପଟୁ ତାଲା ପକାଇ ଦେଇଥିଲା ଶିବ ପ୍ରସାଦ ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା। ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା।

Also Read  ବର୍ଷା-ଅନୁଭବ ବିବାଦ: ସାଇବର ଥାନାରେ ଅନୁଭବଙ୍କ ନାଁରେ ଏତେଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

LEAVE A REPLY

Please enter your comment!
Please enter your name here