ଦୁର୍ବଳ ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

0
564
୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ
୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଜୱାଦ’ (ଜୋୱାଦ୍‌) ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୬ କିଲୋମିଟର୍‌ ବେଗରେ ଉତ୍ତର ଦିଗକୁ ଗତି କରି ଆଜି ସକାଳ ୮.୩୦ ସୁଦ୍ଧା ଦକ୍ଷିଣପୂର୍ବ ବିଶାଖାପାଟଣାରୁ ୨୧୦ କିଲୋମିଟର୍‌, ଗୋପାଳପୁର ଦକ୍ଷିଣରୁ ୩୨୦ କିଲୋମିଟର୍‌, ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବକୁ ୩୯୦ କିଲୋମିଟର୍‌ ଏବଂ  ପାରାଦୀପର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗରୁ ସୂଚନା ମିଳିଛି।

ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତ ରୂପେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ଓଡ଼ିଶା ଉପକୂଳ ଦେଇ ଡିସେମ୍ବର ୫ ତାରିଖ ମଧ୍ୟହ୍ନ ବେଳକୁ ପୁରୀ ଉପକୂଳ ସମୁଦ୍ର ପାଖରେ ପହଞ୍ଚିବ। ସେଠାରୁ ଏହା ଅଧିକ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତି କରିବ।

ଏହା ପ୍ରଭାବରେ ଆଜି ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ, ଅଭ୍ୟନ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗାଙ୍ଗେୟ ଉପକୂଳ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ପଶ୍ଚିମବଙ୍ଗ ଗାଙ୍ଗେୟ ଉପକୂଳ ଅଞ୍ଚଳ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଆସାମ ଓ ମେଘାଳୟ, ମିଜୋରାମ ଏବଂ ତ୍ରିପୁରାରେ କେତେକ ସ୍ଥାନରେ ସ୍ବଳ୍ପ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୬ ତାରିଖ ଦିନ ମଧ୍ୟ ଆସାମ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାଛଡ଼ା, ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌. ଆର୍‌. ବିଶ୍ବାସ କହିଛନ୍ତି ଯେ, ସମ୍ପ୍ରତି ବାତ୍ୟା ଉତ୍ତର ଦିଗରେ ଗତି କରୁଛି। ୧୨ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଦୁର୍ବଳ ହେବ। କାଲି ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବା ପରେ ଆହୁରି ଦୁର୍ବଳ ହେବ। ସେହି ସମୟରେ ପବନର ବେଗ ୫୫ କିମି ରୁ ୬୫ କିମି ଏବଂ ଝଟକା ପବନ ୭୫ କିମି ବେଗରେ ପବନ ସମୁଦ୍ର ତଟରେ ବହିବ। ଆଜି ପ୍ରାୟ ସମସ୍ତ ଜିଲାରେ ବର୍ଷା ହେବ। ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବ। ୬ରୁ ବର୍ଷା କମିବ। ବନ୍ଦରଗୁଡିକରେ ବିପଦ ସଂକେତ ନମ୍ବର ୪ ବଳବତ୍ତର ରହିଛି। ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି।

Also Read  OPCC DC issue show-cause notice to MLAs Sethi, Bahinipati and Majhi