ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ BMC ଓ CMC କମିଶନର

0
421
The Odisha government has increased the Dearness Allowance (DA) by 3 per cent for its employees and pensioners ahead of Diwali.
The Odisha government has increased the Dearness Allowance (DA) by 3 per cent for its employees and pensioners ahead of Diwali.

ଭୁବନେଶ୍ୱର: IAS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ମହାନଗର କମିଶନର ହୋଇଛନ୍ତି ବିଜୟ ଅମୃତା କୁଲାଙ୍ଗେ । ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାପାଳଭାବେ ଦାୟିତ୍ୱ ତୁଲାଉଥିଲେ । ସେହିପରି କଟକ ମହାନଗର କମିଶନର ଭାବେ ନିଖିଲ ପବନ କଲ୍ୟାଣଙ୍କୁ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇଏଏସ ଅଫିସର ପ୍ରେମଚାନ୍ଦ ଚୌଧୁରୀ କୃଷି ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ସଂଗ୍ରାମ ମହାପାତ୍ର ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି।

ଦେବଗଡ ଜିଲ୍ଲାପାଳ ସୁଧାଂଶୁ ସାମଲଙ୍କୁ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. OSMCL ଏମଡି ନିଯୁକ୍ତ ହୋଇଛନ୍ତି। ସେହିପରି କେ.ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି । ସେହିପରି ରାଜସ୍ୱ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ମଧୁସ୍ମିତା ସାହୁ।

କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ସାଦ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ନୂଆପଡ଼ା ଜିଲ୍ଲାପାଳ ସ୍ବାଧା ଦେବ ସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି ।

ସିଏମସି କମିଶନର ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦାର ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି ।

ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦତାତ୍ରୟ ଭାଉସାଏବ ସିନ୍ଦେଙ୍କୁ ବାଲେଶ୍ବର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ କଳାହାଣ୍ଡି ଡିଆରଡିଏ ପିଡି ସୋମେଶ କୁମାର ଉପାଦ୍ଧାୟଙ୍କୁ ଦେବଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି । ମୟୂରଭଞ୍ଜ ଡିଆରଡିଏ ପିଡି ପି. ଅନଭେଶ ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଦାୟିତ୍ବ ତୁଲାଇବେ । ବାଲେଶ୍ବର ଉପଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ବରଙ୍କୁ କନ୍ଧମାଳ ଜିଲ୍ଲାପାଳ ଦାୟିତ୍ବ ମିଳିଛି । କୋରାପୁଟ ଡିଆରଡିଏ ପିଡି ହେମକାନ୍ତ ସଏଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

Also Read  ୨୪ରୁ କମିବ ଶୀତ, ବଢ଼ିବ ରାତିର ତାପମାତ୍ରା : ପୁଣି ଆସୁଛି ବର୍ଷା କେବେଠୁ ପଢ଼ନ୍ତୁ ?