ବାଂଲାଦେଶର ଚଟଗାଓଁ କଣ୍ଟେନର ଡିପୋରେ ବ୍ୟାପକ ଅଗ୍ନିକାଣ୍ଡ; ୨୫ ମୃତ, ୪୫୦ରୁ ଅଧିକ ଗୁରୁତର

0
293
ଆପାର୍ଟମେଣ୍ଟ ରେ ଭୟାଭୟ ଅଗ୍ନିକାଣ୍ଡ
Fire Tragedy in Bhubaneswar

ଢାକା: ଶନିବାର ବିଳମ୍ବିତ ରାତିରେ ବାଂଲାଦେଶର ଚଟଗାଓଁରେ ବବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏଠିକାର ସୀତାକୁଣ୍ଡ ଉପଜିଲ୍ଲା ଏକ ଘରୋଇ ଇନଲ୍ୟାଣ୍ଡ କଣ୍ଟେନର ଡିପୋରେ ବିସ୍ଫୋରଣ ଘଟି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନ୍ୟୂନ ୨୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ଚଟଗାଓଁ ମେଡିକାଲ କଲେଜର ଉପନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଭୀଷଣ ଅଗ୍ନିକାଣ୍ଡରେ ୨୫ଜଣଙ୍କ ମୃତ୍ୟୁ ହୋଇସାରିଛି । ନିଆଁରେ ସେମାନଙ୍କ ଶରୀର ଗୁରୁତର ଭାବେ ପୋଡିଯାଇଥିଲା । ଏଥିରେ ୪୫୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି ଯେଉଁଥିରୁ ୩୫୦ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଇନଟେନ୍ସିଭ କେୟାରରେ ରଖାଯାଇଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆହତମାନଙ୍କ ମଧ୍ୟରେ କେତେକ ଦମକଳ ଓ ପୁଲିସ କର୍ମଚାରୀ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ପରିସ୍ଥିତିର ମୁକାବିଲା ନିମନ୍ତେ ସେ ଜିଲ୍ଲାରେ ଥିବା ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରିବା ସହିତ ଜରୁରୀ ଭିତ୍ତିରେ ରକ୍ତ ଦାନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ତେବେ କ’ଣ ପାଇଁ ନିଆଁ ଲାଗିଲା, ତାହା ହଠାତ୍‌ ଜଣାପଡ଼ିନାହିଁ। ହାଇଡ୍ରୋଜେନ୍‌ ପିରୋକ୍ସାଇଡ୍‌ ଥିବା କୌଣସି କେଣ୍ଟେନର ଜଳି ତୁରନ୍ତ ଚାରିଆଡ଼କୁ ନିଆଁ ବ୍ୟାପିଯାଇଥାଇ ପାରେ ବୋଲି ଅଗ୍ନିଶମ ସେବା ଅଧିକାରୀମାନଙ୍କର ସନ୍ଦେହ ହେଉଛି।

Also Read  Cabinet approves signing of MoU between India and Bangladesh for promoting cooperation in the field of Information Technology and Electronics