ଗିରଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରିଫ୍ !

0
457
pakistan-pm-shehbaz-sharif-to-be-arrested

ଇସଲାମାବାଦ: ଖୁବ୍‌ଶୀଘ୍ର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଗିରଫ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ଶାହାବାଜ୍ ଓ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହମଜା ସରିଫ୍ ଙ୍କ ବିରୋଧରେ ମାମଲା ଦାଏର କରିଛି ପାକିସ୍ତାନର ସଂଘୀୟ ଯାଞ୍ଚ ଏଜେନ୍ସି ତଥା ଏଫଏଆଇ । ଅର୍ଥ ହେରଫେର ମାମଲାରେ ଦୁହିଁଙ୍କୁ ଯେ କୌଣସି ସମୟରେ ବି ଗିରଫ କରାଯାଇପାରେ ।

ବହୁ ବିଲିୟନ ଡଲାରର ଅର୍ଥ ହେରଫେର ମାମଲାରେ ଅଧିକ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅଙ୍କୁ ଗିରଫ କରିବାକୁ FIA ଶନିବାର କୋର୍ଟକୁ ଅନୁରୋଧ କରିଛି। ତେବେ କୋର୍ଟ ଶାହବାଜ ଏବଂ ହାମଜାଙ୍କ ଆଗୁଆ ଜାମିନକୁ ଜୁନ୍ ୧୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତେବେ ଏହି ମନି ଲଣ୍ଡିଙ୍ଗ ମାମଲାରେ ଶାହାବାଜ୍ ସରିଫ୍ ଓ ହମଜା ସରିଫ୍ ସହଯୋଗ କରୁନଥବା ଅଭିଯୋଗ କରିଛି ଏଫଏଆଇ ।

Also Read  Swaraj warns "conflagration' if world doessn't act on Pak-backed terror