ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ପାସହାର ୯୦.୫୫%

0
443

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ୍‍ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। କଟକ ବୋର୍ଡ ଅଫିସରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସୂଚନା ଅନୁଯାୟୀ, ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷାରେ ୨, ୫୬, ୮୭୭ଜଣ ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ ଛାତ୍ରମାନଙ୍କ ପାସ୍ ହାର ୮୮.୭୭ ପ୍ରତିଶତ ରହିଛି। ସେହିପରି ୨, ୬୦, ୯୭୦ଜଣ ଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିସହ ଛାତ୍ରୀମାନଙ୍କ ପାସ୍ ହାର ୯୨.୩୭ ପ୍ରତିଶତ ରହିଛି।

A1 ଗ୍ରେଡରେ ପାସ୍‌ କରିଛନ୍ତି ୮ହଜାର ୧୧୯ ଛାତ୍ରଛାତ୍ରୀ। A2 ଗ୍ରେଡରେ ପାସ୍‌ କରିଛନ୍ତି ୫୪ହଜାର ୮୮୯ ଛାତ୍ରଛାତ୍ରୀ। B1 ଗ୍ରେଡରେ ପାସ୍‌ କରିଛନ୍ତି ୧ଲକ୍ଷ ୨୦ହଜାର ୩୧୨ ଛାତ୍ରଛାତ୍ରୀ। B2 ଗ୍ରେଡରେ ପାସ୍‌ କରିଛନ୍ତି ୧ଲକ୍ଷ ୪୨ହଜାର ୫୯୯ ଛାତ୍ରଛାତ୍ରୀ। ମାଲକାନଗିରିର ୨ଟି, ଅନୁଗୁଳର ଗୋଟିଏ ସ୍କୁଲରେ ରେଜଲ୍ଟ ଶୂନ ରହିଛି। ୧୧୭୦ ହାଇସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ମଧ୍ୟମା ପାସ୍‌ ହାର ରହିଛି ୮୦.୦୬ ପ୍ରତିଶତ। ୨୦୨୧ରେ ମୋଟ୍‌ ପାସ୍‌ ହାର ୯୭.୮୯ ପ୍ରତିଶତ ଥିଲା। www.bseodisha.ac.in ଓ www.bseodisha.nic.inରେ ରେଜଲ୍ଟ୍ଟ ଉପଲବ୍ଧ ହେଉଛି।

Also Read  କେନ୍ଦ୍ର ବଜେଟକୁ ନେଇ ନାଖୁସ୍ ନବୀନ କହିଲେ ଏମିତି କଥା