ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

0
368
matric-exam-results-will declare-on July 6

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ମ୍ୟାଟ୍ରିକ୍ ପରୀକ୍ଷା ଫଳ । ସେଥିପାଇଁ ଯାହା ପ୍ରକ୍ରିୟ ରହିଛି ସେସବୁ ଶିଘ୍ର ସାରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ୪ ଦିନିଆ ବିଭିନ୍ନ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ଅଚାନକ ବିଭିନ୍ନ ସ୍କୁଲ ଗସ୍ତ କରି କିପରି ପାଠପଢା ଚାଲିଛି, କେତେ ଉପସ୍ଥାନ ରହୁଛି ଆଦି ବିଷୟରେ ପଚାରି ବୁଝୁଛନ୍ତି । ସେହିପରି ସ୍କୁଲରେ ଦିଆଯାଉଥିବା ମଧ୍ୟାନ ଭୋଜନର ମାନ ଯାଂଚ କରୁଛନ୍ତି । ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକମାନଙ୍କ ସମ୍ମଳନୀ କରାଯାଇ ଆଗାମୀ ପାଠ୍ୟଖସଡ଼ା ଉପରେ ଆଲୋଚନା କରାଯାଉଛି ।

ସୂଚନାଯୋଗ୍ୟ, ବୋର୍ଡ ପକ୍ଷରୁ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏପ୍ରିଲ୍‌ ୨୯ତାରିଖ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବ‌େଳେ ମେ ୧୨ତାରିଖରେ ସମସ୍ତ ପରୀକ୍ଷା ଶେଷ ହୋଇଥିଲା। ବୋର୍ଡ ପକ୍ଷରୁ ମେ ୨୧ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ‌ହୋଇ ଜୁନ୍ ୨ତାରିଖରେ ଶେଷ ହୋଇଥିଲା। ମାଟ୍ରିକରେ ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ‌ହୋଇଥିବା ବେଳେ ୫୦ ମାର୍କ ଅବ୍‌‌ଜେକ୍ଟିଭ୍ ଓ ୩୦ ମାର୍କ ସବ୍‌ଜେକ୍ଟିଭ୍ ପରୀକ୍ଷା କରାଯାଇଥିଲା।

Also Read  ଆଜି ପବିତ୍ର ମାଘ ସପ୍ତମୀ : ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ସମ୍ପନ୍ନ