ଉଦଳା: ପିଚୁ କାରଖାନାରେ ଭୟଙ୍କର ନିଆଁ

0
896

ଉଦଳା: ମୟୂରଭଞ୍ଜ ଜିଲ୍ଲାର ଉଦଳା ଏନ୍‌ଏସି ୱାର୍ଡ ନଂ ୧୨ସ୍ଥିତ ଏକ ପିଚୁ ପ୍ରସ୍ତୁତି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ତେବେ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ବେଳେ କ୍ଷୟକ୍ଷତିର ଠିକ ଆକଳନ କାରାଯାଇପାରିନି। ଅପର ପକ୍ଷରେ ଏନ୍ଏସି ମଧ୍ୟରେ ଏକ ପିଚୁ ପ୍ରସ୍ତୁତି କାରଖାନା ଚାଲୁଥିବାରୁ ସୁରକ୍ଷା ସଂକ୍ରାନ୍ତୀୟ ପ୍ରମାଣପତ୍ର ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Also Read  ଡାଏଲ କରିଥିବା ନମ୍ବରରୁ କୌଣସି ଉତ୍ତର ମିଳୁନି: ପାର୍ଥ ଚାଟାର୍ଜୀଙ୍କ ଫୋନ୍ ଉଠାଉ ନାହାନ୍ତି ମମତା ବାନାର୍ଜୀ