କେରଳ ପରେ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ରୋଗୀ ଚିହ୍ନଟ, ଦେଶର ଚତୁର୍ଥ ମାମଲା

0
518
another-monkeypox-case-reported-in-kerala

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢ଼ାଇଲା ମଙ୍କିପକ୍ସ ଭୂତାଣୁ। କେରଳ ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା। ପଶ୍ଚିମ ଦିଲ୍ଲୀରେ ରହୁଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର କୌଣସି ଭ୍ରମଣ ଇତିହାସ ନାହିଁ | ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଯାଞ୍ଚ ଚାଲିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି। ଦିଲ୍ଲୀ ମାମଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର ଚାରିଟି ମାମଲା ରିପୋର୍ଟ ହୋଇଛି। ପୂର୍ବରୁ ତିନୋଟି ମାମଲା କେରଳରୁ ରିପୋର୍ଟ ହୋଇଥିଲା ଏବଂ ତିନିଜଣ ଆକ୍ରାନ୍ତ ବ୍ୟକ୍ତି ବିଦେଶରୁ ଫେରିଥିଲେ।

ଆକ୍ରାନ୍ତ ବ୍ୟକ୍ତିଙ୍କୁ ଜ୍ୱର ଓ ଚର୍ମରେ କ୍ଷତ ଯୋଗୁ ପ୍ରାୟ ତିନି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ନମୂନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Also Read  DRDO conducts high-altitude trials of integrated life-support system for pilots onboard Tejas jets