ଆସନ୍ତା ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ, ଅନୁକୂଳ ହେଉଛି ପାଗ

0
207
monsoon-hits-all over odisha

ଭୁବନେଶ୍ୱର: ଖୁବଶୀଘ୍ର ପ୍ରଚଣ୍ଡ ତାତିରୁ ମିଳିବ ତ୍ରାହି । ଆସନ୍ତା ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଗତ କିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝିବା ପରେ ଗତକାଲି ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ମେଘୁଆ ରହିଥିଲା । ତେଣୁ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ଅପେକ୍ଷାକୃତ କମ୍ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁସାରିଲାଣି । ତେବେ ଯଦି ଆସନ୍ତା ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଏଁ ତେବେ ସାରା ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ରାଜ୍ୟରେ କମିବ ତାପମାତ୍ରା । ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ଉପକୂଳ ଓଡ଼ିଶାରେ ଗତକାଲିଠାରୁ ବଦଳିଛି ପାଗ । ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି କମିଛି । କିଛି ଜିଲ୍ଲାରେ ଝିପିଝିପି ବର୍ଷା ମଧ୍ୟ ହୋଇଛି ।

Also Read  ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନ ହେଲେ ଏୟାର ଇଣ୍ଡିଆର ନୂଆ ଚେୟାରମ୍ୟାନ

LEAVE A REPLY

Please enter your comment!
Please enter your name here