ବାରବାଟୀକୁ ଟି-୨୦ ମ୍ୟାଚ ଦେଖିବାକୁ ଯାଉଥିଲେ ଜାଣିରଖନ୍ତୁ ଏହିସବୁ ନିୟମ…

0
352
guidelines-for-barabati-stadium in cuttack

କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ । ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଆସନ୍ତାକାଲି ହେବାକୁ ଯାଉଛି ଏହି ମ୍ୟାଚ । ଏଥିପାଇଁ ସାରା ଓଡ଼ିଶା ଚଳଚଞ୍ଚଳ । ଯେପରି କୌଣସି ବ୍ରତିକ୍ରମ ଦେଖାନଯାଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଓସିଏ ଓ ଜିଲ୍ଲା ପ୍ରଶାସନ । ତେବେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ପୂର୍ବରୁ ଆଜି ପ୍ରେସ ମିଟ୍ କରିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ସମ୍ପର୍ଣ୍ଣ ସୁରକ୍ଷା ବଳୟରେ ରହିବା ବାରବାଟୀ ଷ୍ଟାଡିୟମ । ଷ୍ଟାଡିୟମକୁ ପ୍ରବେଶ ସମୟରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇ ଫୋପାଡ଼ି ହେବା ଭଳି ଜିନିଷ, ଖାଦ୍ୟ ତଥା ପାଣି ନେବା ପାଇଁ ଅନୁମତି ମିଳିବନି। ମୁଖ୍ୟତଃ ପାଣି ବୋତଲ, ଲାଠି, ହେଲମେଟ, ଲାଇଟର, ଦିଆସିଲି, ଛୁରୀ, ଖୁଚୁରା ପଇସା ପାଖରେ ରଖିଥିଲେ ଏହି ସବୁ ଜିନିଷକୁ ପ୍ରବେଶ ଅନୁମତି ମିଳିବନି। କେବଳ ମୋବାଇଲ, ଚଷମା ଛାଡ଼ି ଆଉ କିଛି ଜିନିଷକୁ ଅନୁମତି ମିଳିବନି। ଷ୍ଟାଡିୟମ ଭିତରେ ଓସିଏ ତରଫରୁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।ଅପରାହ୍ନ ୩ଟାରେ ଖୋଲିବ ବାରବାଟୀ ଷ୍ଟାଡିୟମ ଗେଟ୍‌ । କରୋନା ସଂକ୍ରମଣ ପୁଣି ବଢୁଥିବାରୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଷ୍ଟାଡିୟମରେ ମୁତୟନ ପୋଲିସ ମଧ୍ୟ ମାସ୍କ୍ ପିନ୍ଧିବେ ବୋଲି ଆଜି ପ୍ରେସମିଟରେ କହିଛନ୍ତି କଟକ ଡିସିପି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଏହାସହିତ ଖେଳ ଦେଖିବାକୁ ବାରବାଟୀ ଷ୍ଟାଡିୟମକୁ ଆସୁଥିବା ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପ୍ରଚୁର ପରିମାଣରେ ପାଣି ପିଇବାକୁ କୁହାଯାଇଛି । ଏଥସହ କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ ନକରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।

ସେହିପରି ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଇନ୍ସପେକ୍ଟର, ୨୭୦ SI ରାଙ୍କ୍ ଅଧିକାରୀ, ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଳ ମୁତୟନ ହେବେ । ଷ୍ଟାଡିୟମ ଭିତରେ ଓ ବାହାରେ ସିକ୍ୟୁରିଟି କର୍ଡନ ରହିବ। ଯେଉଁଠି ଲୋକେ ପ୍ରବେଶ କରିବେ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଡିସିପି।

Also Read  No extension of Ration card e-KYC after Feb 15 deadline