ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। କ୍ରମାଗତ ତୃତୀୟ ଦିନରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଚାରି ଶହ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୯୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୯ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଜଣ, କଟକରୁ ୯୪ ଜଣ, ସୁନ୍ଦରଗଡ଼ରୁ ୨୪ ଜଣ, ପୁରୀରୁ ୧୭ ଜଣ, ବାଲେଶ୍ବର ଓ ସମ୍ବଲପୁର ଜିଲ୍ଲାରୁ ୯ ଜଣ ଲେଖାଁଏ, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ ଲେଖାଁଏ, ନୂଆପଡ଼ାରୁ ୫ ଜଣ, ଗଞ୍ଜାମ, ଯାଜପୁର, ନୟାଗଡ଼ ଓ ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଁଏ, କେନ୍ଦୁଝରରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, ଭଦ୍ରକ, ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ା ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୫୨ ଜଣ ଆକ୍ରାନ୍ତ ରହିଛନ୍ତି।
ରାଜ୍ୟରେ ଆକ୍ଟିଭ୍ କେସ୍ ୨ହଜାର ୪୮୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୨ହଜାର ୪୧୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧୨ଲକ୍ଷ ୮୦ହଜାର ୭୫୦ଜଣ।