ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ, ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ

0
452
today sandhya-darshan-at-adapa-mandap in puri

ପୁରୀ: ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ସକାଳୁ ନୀତି ପରେ ଦିନ ତମାମ ଚାଲିବ ଦର୍ଶନ । ସକାଳୁ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ। ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।

ଆଡ଼ପ ଉତ୍ପପରେ ମହାପ୍ରଭୁଙ୍କ ଦର୍ଶନ କଲେ ମହାପୁଣ୍ୟ ମିଳିବା ସହ ମୋକ୍ଷ ପ୍ରପାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁ ରହିଛି। ମଙ୍ଗଳ ଆଳତି ପରେ ଆରମ୍ଭ ହୋଇଯାଇଛି ସର୍ବସାଧାରଣ ଦର୍ଶନ। ନବମୀ ସନ୍ଧ୍ୟା ଦର୍ଶନରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ହୋଇଥିବା ବ୍ୟାରିକେଡ ସମ୍ପ୍ରସାରଣ କରାଯାଇଛି। ସେହିପରି ଗହଳି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସେଡ୍‌ ସହ ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନର ବ୍ୟବସ୍ଥା ମଧ୍ୟ କରାଯାଇଛି। ସନ୍ଧ୍ୟା ଦର୍ଶନ ସରିବା ପରେ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ, କୁସୁମୀ ଲାଗି ଆଦି ସ୍ୱତନ୍ତ୍ର ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ ହେଉଥିବାରୁ ଭକ୍ତମାନେ ମହାପ୍ରସାଦ ପାଇଁ ନାକଚଣା ଦ୍ବାର ଦେଇ ପ୍ରବେଶ କରିବେ । ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମଲାଗି ନୀତି ଅନୁଷ୍ଠିତ ହେବ ।

Also Read  ସୋନପୁର ସଡ଼କ ଦୁର୍ଘଟଣା: ୩ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା