ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୯୮୧ ଜଣ କୋଭିଡ ପଜିଟିଭ

0
301
corona 4th wave-will-come-in-the-next-15-days

ଭୁବନେଶ୍ୱର: ରାଜ୍ୟରେ ହଜାର ତଳକୁ ଖସିଲା ଦୈନିକ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୬୬ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧୧୬ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ, ଖୋର୍ଦ୍ଧାରୁ ୧୫୦ ଜଣ,ମୟୂରଭଞ୍ଜରୁ ୮୪ ଜଣ, ସମ୍ବଲପୁରରୁ ୭୧ ଜଣ, ବରଗଡ଼ରୁ ୪୪ ଜଣ, କଟକରୁ ୩୮ ଜଣ, କଳାହାଣ୍ଡିରୁ ୩୦ ଜଣ, ନବରଙ୍ଗପୁରରୁ ୨୮ ଜଣ, ନୟାଗଡ଼ରୁ ୨୪ ଜଣ, ସୋନପୁରରୁ ୨୩ ଜଣ, ବଲାଙ୍ଗୀରରୁ ୨୨ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କନ୍ଧମାଳରୁ ୧୯ ଜଣ, ଯାଜପୁର ଓ କୋରାପୁଟ ଜିଲ୍ଲାରୁ ୧୬ ଜଣ ଲେଖାଁଏ, ବାଲେଶ୍ବରରରୁ ୧୩ ଜଣ, ଭଦ୍ରକରୁ ୧୨ ଜଣ, ବୌଦ୍ଧ ,କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲରୁ ୧୦ ଜଣ ଲେଖାଁଏ, ଦେବଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୮ ଜଣ ଲେଖାଁଏ, ଗଜପତିରୁ ୭ ଜଣ, ପୁରୀରୁ ୬ ଜଣ, ଢ଼େଙ୍କାନାଳରୁ ୩ ଜଣ, ଅନୁଗୁଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୩୨ ଜଣ ଆକ୍ରାନ୍ତ ରହିଛନ୍ତି।

Also Read  ଭାରସାମ୍ୟ ହରାଇ ଫ୍ଲାଏ ଓଭର ତଳକୁ ଖସିଲା କାର୍: ଚାଳକ ଆହତ