ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ମା’ଝିଅ ମୃତ ଓ ବାପ-ପୁଅ ଗୁରୁତର

0
177
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ଫୁଲବାଣୀ: ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ । ମାଟି କାନ୍ଥ ତଳେ ଚାପି ହୋଇ ଚାଲିଗଲା ଦୁଇଟି ଜୀବନ । ଗୁରୁତର ଆହତ ହେଲେ ବାପ-ପୁଅ । ଫୁଲବାଣୀ ତ୍ରିଦେବ ନଗରରେ ସାହିରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ମୃତକ ଦୁଇଜଣ ହେଲେ ମା’ ସୁରଥୀ ମାଝୀ, ବୟସ(୪୨) ଓ ଝିଅ ସ୍ମୃତି ମାଝୀ, ବୟସ (୫)ବର୍ଷ। (୩)ବର୍ଷର ଶିଶୁ ପୁଅ ରହନ ମାଝୀ ଏବଂ (୪୫)ବର୍ଷ ବୟସ ବାପା ବ୍ରଜବନ୍ଧୁ ମାଝୀ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ପହଞ୍ଚି ଗୁରୁତର ଅବସ୍ଥାର ଅବସ୍ଥ lରେ ବାପା ଓ ଶିଶୁ ପୁତ୍ର ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଲଘୁଚାପ ପ୍ରଭାବରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ନାରାୟଣୀ ପାହାଡ଼ ନିକଟସ୍ଥ ତ୍ରିଦେବ ନଗରରେ ରହୁଥିବା ବ୍ରଜବନ୍ଧୁ ମାଝୀ ଓ ତାଙ୍କ ପୂରା ପରିବାର ଘରେ ଥିଲେ। ବର୍ଷା ଯୋଗୁ ଅପରାହ୍ନରେ ହଠାତ୍‌ ତାଙ୍କ ମାଟି କାନ୍ଥଟି ଭୁଶୁଡି ପଡ଼ିଥିଲା। ମାଟି କାନ୍ଥ ତଳେ ପୂରା ପରିବାର ଚାପି ହୋଇଯାଇ ଥିଲେ। ଘଟଣାସ୍ଥଳରେ ବ୍ରଜବନ୍ଧୁଙ୍କ ପତ୍ନୀ ସୁରଥୀ ମାଝୀ ଓ ୫ ବର୍ଷର ଝିଅ ସୁନିତା ରାଣୀଙ୍କ ମୃତ୍ୟୁ ଘଟିଥିଲା। ବ୍ରଜବନ୍ଧୁ ଓ ତାଙ୍କ ଦୁଇ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ।

Also Read  ୯ମ ଦିନରେ ୧୪୦.୯୫ କୋଟିର ଆୟ କରିସାରିଲାଣି ‘ଦ କଶ୍ମୀର ଫାଇଲ୍ସ’

LEAVE A REPLY

Please enter your comment!
Please enter your name here