ପୁଅ ବଞ୍ଚିଯିବା ଆଶାରେ ମନ୍ଦିରରେ ମୃତଦେହ ରଖି ଅଧିଆ ପଡିଲେ ଦମ୍ପତି

0
174
mother-and father prays-god-to-give-live-to-his-dead-son

ଝାରସୁଗୁଡା: ମୃତ ପୁଅକୁ ଜୀବିତ କରିବା ଆଶାରେ ପୁଅର ଶବ ନେଇ ମନ୍ଦିର ବାହାରେ ଅଧିଆ ପଡିଲେ ଦମ୍ପତି । ୧୯ ବର୍ଷର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ବିଶ୍ୱାସ କରିପାରନୁହାଁନ୍ତି ବାପା, ମାଆ । ପୁଅକୁ ପୁନର୍ବାର ଜୀବୀତ କରିବା ପାଇଁ ଠାକୁରଙ୍କ ନିକଟରେ ଅଧିଆ ପଡିଛନ୍ତି । ଏପରି ଏକ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗାଁରେ । ଯେଉଁ ମହାଦେବଙ୍କ ନିଟକରେ ପୂଜା କରି ପୁଅଟେ ପାଇଥିଲେ ସେହି ମହାଦେବଙ୍କ ମନ୍ଦିରରେ ପୁଅର ମୃତ ଶରୀର ରଖି ବସିଛନ୍ତି ବାପା, ମାଆ । ସେମାନେ ଏବେବି ତାଙ୍କ ପୁଅ ମରିଯାଇଛି, ସେ ଆଉ ଫେରିବନି ବୋଲି ବୁଝିପାରୁନାହାଁନ୍ତି ।

ସୂଚନା ଅନୁସାରେ, ଅର୍ଜ୍ଜୁନ ଦୁଆନ ଓ ସନ୍ତୁରାଙ୍କ ପୁଅ ରମାକାନ୍ତଙ୍କ ଅସୁସ୍ଥତା କାରଣରୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଅର୍ଜ୍ଜୁନ ଓ ସନ୍ତୁରା। ପୁଅର ମୃତଦେହକୁ ଧରି ଉଭୟେ ଶିବ ମନ୍ଦିର ଆଗରେ ଅଧିଆ ପଡିଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ମନ୍ଦିର କମିଟି ଓ ପୋଲିସ ପ୍ରଶାସନର ବୁଝାସୁଝା ପରେ ଶବସତ୍କାର କରିଛନ୍ତି ଦମ୍ପତ୍ତି।

Also Read  Govt Warns to Suspend Transferred OAS Officers from December 11

LEAVE A REPLY

Please enter your comment!
Please enter your name here