ଦେଶରେ ବୃହତ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଆମ୍ବାନୀଙ୍କୁ ହତ୍ୟା ଧମକ !

0
355
mukesh-ambani-threatened-again

ମୁମ୍ବାଇ: ଦେଶରେ ବୃହତ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଆମ୍ବାନୀଙ୍କୁ ହତ୍ୟା ଧମକ ମିଳିଛି । କେହି ଜଣେ ଅଜଣା ଲୋକ ୮ ଥର ଫୋନ କରି ମୁକେଶ ଆମ୍ବାନୀଙ୍କ ସହ ପୁରା ପରିବାରକୁ ୩ ଘଂଟା ମଧ୍ୟରେ ଶେଷ କରିଦେବାକୁ ଧମକ ଦେଇଛି । ଗଣମାଧ୍ୟମର ସୂଚନା ମୁତାବକ ରିଲାୟନ୍ସ ଫାଉଣ୍ଡେସନ ହସ୍ପିଟାଲର ଡିସପ୍ଲେ ନମ୍ବରକୁ କେହି ଅଜଣା ବ୍ୟକ୍ତି ୮ ଥର ଫୋନ କରି ଏଭଳି ଧମକ ଦେଇଛନ୍ତି । ଏଭଳି ଧମକପୂର୍ଣ୍ଣ ଫୋନକଲ ପାଇବା ପରେ ହସ୍ପିଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ଡିବି ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ପରେ ଅମ୍ବାନୀଙ୍କ ପରିବାରର ସୁରକ୍ଷାକୁ କଡ଼ାକଡ଼ି କରି ଦିଆଯାଇଛି। ସେପଟେ ପୋଲିସ ଏହି କଲ୍‌ ରେକର୍ଡକୁ ତନତନ ଯାଞ୍ଚ କରୁଛି। କହି ରଖୁଛୁ, ଏଥି ପୂର୍ବରୁ ମୁକେଶ ଅମ୍ବାନୀଙ୍କ ବଙ୍ଗଳା ‘ଆଣ୍ଟିଲିଆ’ ପାଖରେ ବିସ୍ଫୋରକପୂର୍ଣ୍ଣ କାର୍‌ ମିଳିଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ୍‍ ସଚିନ୍‌ ବଝେଙ୍କ ନାମ ସାମ୍ନାକୁ ଆସିଥିଲା।

Also Read  Isha Ambani-Anand Piramal wedding ceremonies start