ନୂଆଦିଲ୍ଲୀ: ଦେଶରେ ଆଇଏସଆଇଏସର ଗତିବିଧି ନେଇ ଏନଆଇଏ ରବିବାର ୬ ରାଜ୍ୟରେ ଚଢାଉ ଜାରିରଖିଛି । ବର୍ତ୍ତମାନ ୧୩ଟି ସ୍ଥାନରେ ରେଡ୍ ଜାରିରହିଛି । ଏନଆଇଏ ତଲାସି ଅଭିଯାନ ବେଳେ ଆପତ୍ତିଜନକ ସାମଗ୍ରୀ ଏବଂ ଦସ୍ତାବିଜ ଜବତ କରିଛି । ଏନଆଇଏ ଯେଉଁ ସବୁ ରାଜ୍ୟରେ ଚଢଉ କରିଛି ସେଥିରେ ମଧ୍ୟ ପ୍ରଦେଶ, ଗୁଜରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସାମିଲ ରହିଛି। ମଧ୍ୟପ୍ରଦେଶର ଭୋପାଳ-ରାଇସେନ୍, ଗୁଜୁରାଟର ଭରୁଚ-ସୁରଟ-ନଭସାରୀ-ଅହମ୍ମଦାବାଦ, ବିହାରର ଆରାରିଆ, କର୍ଣ୍ଣାଟକର ଭଟକାଲ-ଟୁଙ୍କୁର, ମହାରାଷ୍ଟ୍ରର କୋଲହାପୁର-ନାନ୍ଦେଡ଼, ଉତ୍ତରପ୍ରଦେଶର ଦେଓବନ୍ଦରେ ଏଜେନ୍ସି ଚଢ଼ାଉ କରୁଛି। ଗତ କିଛି ଘଣ୍ଟା ଧରି ଚାଲିଥିବା ଏହି ଚଢ଼ାଉରେ ଏନଆଇଏ ଟିମ୍ ସବୁକିଛି ଯାଞ୍ଚ କରୁଛି ।
ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କୁ ହେପାଜତକୁ ନିଆଯାଇଛି । ସୁରକ୍ଷା ଦୃଷ୍ଟିରେ ସୁରକ୍ଷାକର୍ମୀ ମଧ୍ୟ ଅଞ୍ଚଳରେ ନିୟୋଜିତ ଅଛନ୍ତି । ଆପତ୍ତିଜନକ କାଗଜପତ୍ର, ଓ ସାମଗ୍ରୀ ଜବତ ହୋଇଛି । ଯାଞ୍ଚ ଏବେବି ଜାରି ରହିଛି । ଏନଆଇଏ ପକ୍ଷରୁ ମାମଲା ରୁଜୁ କରାଯିବାର ଗୋଟିଏ ସପ୍ତାହ ପରେ ଏହି ଚଢାଉ କରାଯାଇଛି ।