ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା, ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଧସ୍ତାଧସ୍ତି

0
640
violence-in-bhubaneswar-unit-2 market-building unit

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଉତ୍ତେଜନା । ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଧସ୍ତା ଧସ୍ତି। ଅସ୍ଥାୟୀ ଦୋକାନ ଉଠାଇବା ଦାବିରେ ଗଣ୍ଡଗୋଳ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ । ଉଠାଦୋକାନୀ ଜୋରଜବରଦସ୍ତ ମାର୍କେଟ ବିଲ୍ଡିଂରେ ଦୋକାନ କରୁଥିବାରୁ ଆସୋସିଏସନ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା । ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ସହ ଉଠା ଦୋକାନୀମାନେ ମଧ୍ୟ ମାଡ ମାରିଥିବା ଅଭିଯୋଗ କରିଛି ମାର୍କେଟ ବିଲଡିଂ ଆସୋସିଏସନ।

କିଛି ଦିନ ପୂର୍ବେ ଅସ୍ଥାୟୀ ଦୋକାନ ହଟାଇଥିଲା ବିଏମସି । ବାରଣ ସତ୍ତ୍ୱେ ଦୋକାନ ଖୋଲିବାରୁ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ।

Also Read  ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଓଟିଡିସିର ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍, ଜାଣନ୍ତୁ କେଉଁ ପ୍ୟାକେଜ୍‌ର ମୂଲ୍ୟ କେତେ...