ଆଜି ନୀଳାଦ୍ରି ବିଜେ, ଶ୍ରୀମନ୍ଦିର ରତ୍ନସିଂହାସନକୁ ଫେରିବେ ଶ୍ରୀଜିଉ

0
157
Puri Police Launch 'Yuva Shakti' Initiative To Serve Devotees During Rath Yatra
Puri Police Launch 'Yuva Shakti' Initiative To Serve Devotees During Rath Yatra

ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ଶ୍ରୀମନ୍ଦିର ରତ୍ନସିଂହାସନକୁ ଫେରିବେ ମହାବାହୁ । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନକୁ ବାହୁଡିବେ ଚତୁର୍ଦ୍ଧାମୂରତି। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରିବିଜେ କୁହାଯାଏ। ରଥାରୁଢ଼ ଶ୍ରୀଜିଉ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ । ହେଲେ ତା’ପୂର୍ବରୁ ଅଭିମାନୀନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ତିନି ଭାଇ ଭଉଣୀ ଗୁଣ୍ଡିଚା ଯାତ୍ରା କରିଥିବାରୁ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ । ଏନେଇ ଶ୍ରୀମନ୍ଦିର ପ୍ରବେଶ ବେଳେ ଜଗନ୍ନାଥଙ୍କ ବାଟ ଓଗାଳିବେ ମା’ ଲକ୍ଷ୍ମୀ । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ଭକ୍ତମାନେ ସ୍ୱଚକ୍ଷୁରେ ଏହି ଦୁର୍ଲ୍ଲଭ ଦେବନୀତି ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏଣୁ ଏଥର ନୀଳାଦ୍ରି ବିଜେରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଯାତ୍ରାର ଆନନ୍ଦ ଲାଭ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ରେ ଶେଷ ହେବ । ଗତକାଲି ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି। ନୀଳାଦ୍ରିବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

Also Read  ଭକ୍ତଙ୍କ ପାଇଁ ରବିବାର ଖୋଲିଲା ଶ୍ରୀମନ୍ଦିର

LEAVE A REPLY

Please enter your comment!
Please enter your name here