ଭୁବନେଶ୍ୱର: ସଂକ୍ରମଣରେ ଲାଗୁନି ବ୍ରେକ, ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କରୋନା ସଂକ୍ରମଣ । ଆଜି ବି ୫୦୦ ଉପରେ କରୋନା ପଜିଟିଭ ଚିହ୍ନଟ। ଗତକାଲି ତୁଳନାରେ ଆଜି ରାଜ୍ୟରେ ସାମାନ୍ୟ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୧୦ ଅଛନ୍ତି । ଏଥିମଧ୍ୟରୁ ୫୨ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 11th July
New Positive Cases: 509
Of which 0-18 years: 52
In quarantine: 299
Local contacts: 210(Details of local contacts will be shared by concerned District)
1. Balasore: 5
2. Bargarh: 2
3. Bhadrak: 7
4. Balangir: 1
5. Boudh: 2
6. Cuttack: 110— I & PR Department, Odisha (@IPR_Odisha) July 12, 2022
24. Sambalpur: 8
25. Sonepur: 1
26. Sundargarh: 49
27. State Pool: 41New recoveries: 329
Cumulative tested: 32257778
Positive: 1294585
Recovered: 1281866
Active cases: 3539— I & PR Department, Odisha (@IPR_Odisha) July 12, 2022
ରାଜ୍ୟରେ ସବୁଠୁ ଅଧିକା ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, କଟକ ସଂକ୍ରମଣ । ଆଜି ଖୋର୍ଦ୍ଧାରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୪୯ ଜଣ, ପୁରୀରୁ ୧୪ ଜଣ, ଯାଜପୁରରୁ ୧୦ ଜଣ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରୁ ୯ ଜଣ ଲେଖାଁଏ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ୮ ଜଣ ଲେଖାଁଏ, ଭଦ୍ରକରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, ବାଲେଶ୍ବରରୁ ୫ ଜଣ, ଗଜପତି ଓ ନୂଆପଡ଼ା ଜିଲ୍ଲାରୁ ୪ ଜଣ ଲେଖାଁଏ, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଁଏ, ବରଗଡ଼, ବୌଦ୍ଧ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଁଏ, ବଲାଙ୍ଗୀର, ଢ଼େଙ୍କାନାଳ, ମାଲକାନଗିରି, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୪୧ ଜଣ ଆକ୍ରାନ୍ତ ରହିଛନ୍ତି।