ମମିତା ମେହେର ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ: ଗୃହ ରାଷ୍ଟ୍ରମନ୍ତ୍ରୀ

0
220
no-one-involved-in-mamita-meher-case except govind-and-radhe

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦ ସାହୁ ଏବଂ ରାଧେ ଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ । ଏ ନେଇ ସ୍ପଷ୍ଟ କରିଛି ଗୃହ ବିଭାଗ । ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି। ସେ କହିଛନ୍ତି, ସମସ୍ତ ଚାର୍ଜସିଟ୍ ଦାଖଲ କରାଯାଇ ସାରିଛି । ତଦନ୍ତରୁ ଜଣାପଡିଛି ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କର ସମ୍ପୃକ୍ତି ନାହିଁ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡୀଙ୍କ ବିରୋଧରେ ଗତ ଫେବୃଆରୀ ୧୦ ତାରିଖରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ମାମଲାଟି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ବିଚାରାଧିନ ଅଛି । ବିଧିବଦ୍ଧ ତଦନ୍ତ ପ୍ରକ୍ରିୟା ଓ ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ଭିତ୍ତିରେ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଇ ଚାର୍ଜସିଟ୍ ଦାଖଲ ହୋଇଛି । ଏଥିରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ତଦନ୍ତ ବେଳେ ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ୨୯ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍ ମିଳିଥିଲା । ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲେ ହାଇକୋର୍ଟ । ପୁଅ ଏବଂ ପତ୍ନୀଙ୍କ ଅସୁସ୍ଥତାର କାରଣ ଦର୍ଶାଇ ଗୋବିନ୍ଦ ସାହୁ ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିଥିଲା । ତେବେ ଗୋବିନ୍ଦର ଆବେଦନକୁ ଗ୍ରହଣ କରିବା ସହ ମାତ୍ର ଦୁଇ ସପ୍ତାହରେ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ । ସେ କୌଣସି ପ୍ରମାଣ ନଷ୍ଟ କରିବ ନାହିଁ, ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି କୋର୍ଟ ସର୍ତ୍ତରେ କହିଥିଲେ।

Also Read  Mystery over missing of School Teacher Mamita Meher deepens

LEAVE A REPLY

Please enter your comment!
Please enter your name here