ଟ୍ରକ୍ ସହ ବାଇକ ମୁହାଁମୁହିଁ ଧକ୍କା, ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ

0
122

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ କୃଷ୍ଣା ଛକଠାରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ବାଇକ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ବାଇକରେ ଯାଉଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋମନା ସ୍ବାସ୍ଥ୍ୟକେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି। ଅନ୍ୟ ମୃତକମାନେ ଯୁବକ ବୋଲି ଜଣାପଡିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ଏଯାଏଁ ଜଣାପଡିନାହିଁ ।

Also Read  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଜାଣନ୍ତୁ କାହିଁକି...

LEAVE A REPLY

Please enter your comment!
Please enter your name here