ନୂଆଦିଲ୍ଲୀ : ମାଲେସିଆ କିଣିବ ଭାରତର ତେଜସ୍ ଲଢୁଆ ବିମାନ । ଏପରିକି ଚୀନର ଲଢୁଆ ବିମାନ ଜେଏଫ-୧୭, ଦକ୍ଷିଣ କୋରିଆର ଏଫଏ-୫୦ ଓ ରୁଷର ମିଗ୍-୩୫କୁ ପଛରେ ପକାଇଦେଇଛି ତେଜସ୍ । ଏ ସଂପର୍କରେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃର ପରିଚାଳନା ନିର୍ଦ୍ଦେଶକ ଆର. ମାଧବନ ସୂଚନା ଦେଇଛନ୍ତି । ମାଲେସିଆ ନିଜର ସୋଭିଏତ ଯୁଗର ପୁରୁଣା ଲଢୁଆ ବିମାନ ମିଗ-୨୯କୁ ବଦଳାଇ ନୂଆ ଅତ୍ୟାଧୁନିକ ଲଢୁଆ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ସେମାନେ ଉପରୋକ୍ତ ଲଢୁଆ ବିମାନଗୁଡ଼ିକୁ ବିଚାରକୁ ନେବା ପରେ ଭାରତର ତେଜସକୁ କିଣିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି ।
ଚୀନର ଜେଏଫ-୧୭ ଭାରତର ତେଜସ ତୁଳନାରେ ଶସ୍ତା ହୋଇଥିଲେ ବି ବୈଷୟିକ ଦକ୍ଷତା ଦୃଷ୍ଟିରୁ ତେଜସକୁ ବାଛିଛି ମାଲେସିଆ । ମାଲେସିଆର ଏକ ବୈଷୟିକ ଦଳ ଖୁବ ଶୀଘ୍ର ଭାରତ ଆସିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ମାଲେସିଆ ବ୍ୟବହାର କରୁଥିବା ସୁଖୋଇ-୩୦ ଲଢୁଆ ବିମାନର ସର୍ଭିସିଂ ପାଇଁ ଭାରତ ରାଜି ହୋଇଛି । ଯୁଦ୍ଧ କାରଣରୁ ରୁଷଠାରୁ ଏହି ବିମାନର ଯନ୍ତ୍ରାଂଶ ମିଳିବାରେ ସମସ୍ୟା ହେଉଛି । ତେବେ ଭାରତ ମାଲେସିଆକୁ ସୁଖୋଇ-୩୦ର ଯନ୍ତ୍ରାଂଶ ଯୋଗାଇବାକୁ ରାଜି ହୋଇଛି ।