୧୬ଟି ଔଷଧ କିଣିବାକୁ ଆବଶ୍ୟକ ପଡ଼ିବନି ପ୍ରେସକ୍ରିପସନ !

0
3282

ନୂଆଦିଲ୍ଲୀ : ସାଧାରଣ ରୋଗ ଯେପରିକି ଥଣ୍ଡା, ଜ୍ବର, ମୁଣ୍ଡବିନ୍ଧା, ଚର୍ମ କୁଣ୍ଡେଇ ହେବା ପାଇଁ ଲୋକମାନେ ଅଧିକାଂଶ ସମୟରେ ଡାକ୍ତରଙ୍କ ପାଖକୁ ନ ଯାଇ ସିଧାସଳଖ ଔଷଧ ଦୋକାନରୁ କିଣି ଔଷଧ ଖାଇଥାନ୍ତି । ଅବଶ୍ୟ ଯେକୌଣସି ପ୍ରକାରର ଔଷଧ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ସବୁଠରୁ ଭଲ । କିନ୍ତୁ ଏସବୁ ଔଷଧଗୁଡ଼ିକର ବ୍ୟବହାର ସହ ଆମେ ଏତେ ପରିଚିତ ହୋଇଗଲୁଣି ଯେ ଡାକ୍ତରଙ୍କ ପରାମର୍ଶ ବିନା ହିଁ ଲୋକମାନେ ସେବନ କରିଦିଅନ୍ତି ।

ଏପରି ୧୬ଟି ସାଧାରଣ ଔଷଧକୁ ଓଭର-ଦି-କାଉଣ୍ଟର ଶ୍ରେଣୀଭୁକ୍ତ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଅର୍ଥାତ୍ ଏସବୁ ଔଷଧ କିଣିବାକୁ ହେଲେ ଲୋକମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ପଡ଼ିବ ନାହିଁ । ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଡ୍ରଗ ରୁଲ୍ସ ୧୯୪୫ରେ କେତେକ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ସଂଶୋଧନ ଦ୍ବାରା ୧୬ଟି ଔଷଧକୁ ସିଡ୍ୟୁଲ-କେ ଶ୍ରେଣୀଭୁକ୍ତ କରାଯିବ ।

ଏହାଫଳରେ ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନୀ ମାନଙ୍କରୁ ଗ୍ରାହକମାନେ ବିନା ଡାକ୍ତରଙ୍କ ପ୍ରେସକ୍ରିପସନ ଦେଖାଇ କିଣିପାରିବେ । ଏହି ସଂଶୋଧନ ପାଇଁ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପକ୍ଷଙ୍କ ମତାମତ ମଗାଯାଇଛି । ଏ ନେଇ ଏକ ଗେଜେଟ ଅଧିସୂଚନା ପ୍ରକାଶ ପାଇଛି । ଏହି ୧୬ଟି ଔଷଧ ମଧ୍ୟରେ ରହିଛି ପାରାସିଟାମଲ, ଆଣ୍ଟିସେପ୍ଟିକ କ୍ରିମ ପ୍ରୋଭିଡୋନ ଆୟୋଡିନ, କ୍ଲୋରୋହେକ୍ସିଡାଇନ ମାଉଥଓ୍ବାସ, କ୍ଲୋଟିମାଜୋଲ, ଡାଇକ୍ଲୋଫେନାକ, ବେଞ୍ଜୋଲ ପେରକ୍ସାଇଡ୍ ।

Also Read  ଦୃଶ୍ୟମାନ ହେଲା ବାତ୍ୟା 'ଅସାନି'ର ଆଖି; ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କି.ମି ଦୂରରେ ବାତ୍ୟା

LEAVE A REPLY

Please enter your comment!
Please enter your name here